ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆବୁଧାବି ଏୟାରପୋର୍ଟରେ ପହଞ୍ଚବା ପାରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ମୋଦି ଏହି ସମୟରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦଙ୍କୁ ସାକ୍ଷାତ କରିଥିଲେ । ତେବେ ମୋଦି ସେଠାରେ ଆନେକୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିପାରନ୍ତି ବୋଲି ଖବର ମିଳିଛି । ମୋଦିଙ୍କ ନେତୃତ୍ୱରେ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ରକ୍ଷା କ୍ଷେତ୍ରରେ ୟୁଏଇ ରାଷ୍ଟ୍ରପତିଙ୍କ ସହିତ କଥାବାର୍ତ୍ତା ହେବେ । ଏହାଛଡା ଐତିହାସିକ ବ୍ୟାପାର ବୁଝାମଣାରେ ହୋଇଥିବା ପ୍ରଗତିକୁ ନେଇ ସମୀକ୍ଷା କରାଯିବ । ୟୁଏଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିପାରିବେ । କରୋନା ମହାମାରୀ ସମୟରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଚୁକ୍ତିନାମା (ସିଇପିଏ) ସ୍ୱାକ୍ଷରିତ ହୋଇଥିଲା। ୟୁଏଇର ଭାରତୀୟ ବିଦେଶୀ ସମ୍ପ୍ରଦାୟ ହେଉଛି ସର୍ବବୃହତ ଜାତି ସମ୍ପ୍ରଦାୟ ଏବଂ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ବୋଲି କୁହଯାଉଛି ।