ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପୁଣି ଉଠିଲା ପ୍ରଶ୍ନ, ଭାଇରାଲ୍ ହେଲା ମନ୍ଦିର ପରିସର ଫଟୋ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପୁଣି ଉଠିଲା ପ୍ରଶ୍ନ । ପୁଣି ଭାଇରାଲ୍ ହେଲା ଶ୍ରୀଜଗନ୍ନାଥ ମନ୍ଦିର ପରିସର ଫଟୋ । ଯୁବକ ଜଣଙ୍କ ମନ୍ଦିର ପରିସରରେ ଛିଡ଼ା ହୋଇଥିବା ଫଟୋ ଭାଇରାଲ୍ । ସଂପୃକ୍ତ ଯୁବକ ମହାରାଷ୍ଟ୍ରର । ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତଙ୍କୁ ସଠିକ୍ ଭାବରେ ଯାଞ୍ଚ କରିବାକୁ ଦାବି ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି । ହେଲେ ପୋଲିସ୍ କିଛି ବି କାର୍ଯ୍ୟାନୁଷ୍ଠାନ ନେଇ ପାରିନାହିଁ ।

ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ନିଷେଧ ରହିଛି । ଭକ୍ତ, ପୋଲିସ୍ କର୍ମଚାରୀ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ଏବଂ ସେବାୟତଙ୍କ ପାଇଁ ମୋବାଇଲ ନେବା ଉପରେ ପ୍ରତିବନ୍ଧକ ରହିଛି । ହେଲେ କିଛି କ୍ଷେତ୍ରରେ ସେବାୟତ, ପୋଲିସ୍ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନେ ଏହି ନିୟମ ମାନୁନଥିବା ଦେଖିବାକୁ ମିଳୁଛି । ଫଳରେ ଅନେକ ଭକ୍ତ ଏମାନଙ୍କ ସହଯୋଗରେ ମନ୍ଦିର ଭିତରକୁ ମୋବାଇଲ ନେବାର ସୁଯୋଗ ପାଉଛନ୍ତି । ଅନେକ ସମୟରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ଼ ମଧ୍ୟ କରୁଛନ୍ତି ।