ଚୋରି ସାମଗ୍ରୀ ଉଦ୍ଧାର ନେଇ ସାମ୍ବାଦିକ ସମ୍ମିଳନୀ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗତ ୮ତାରିଖରେ ହିଞ୍ଜିଳି ଥାନା ବଇଞ୍ଚବଣିଆ ଗୀତାଭବନ ସମ୍ମୁଖରେ ଥିବା ଅଭିମନ୍ୟୁ ଦଳାଇଙ୍କ ଘରୁ ଚୋରି ହୋଇଥିଲା । ଚୋରି ସାମଗ୍ରୀ ଉଦ୍ଧାର ହୋଇଥିବା ନେଇ ଆଜି ହିଞ୍ଜିଳି ଥାନାରେ ଆସ୍କା ଏସଡିପିଓ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ଚୋରି ଯାଇଥିବା ସାମଗ୍ରୀ ସୁନା ୨୫ ଭରି ରୁପା ୧୦ ଭରି ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏତଲା କାରୀ ବଇଞ୍ଚବଣିଆ ଗୀତାଭବନ ସମ୍ମୁଖର ଅଭିମନ୍ୟୁ ଦଳାଇଙ୍କ ଘରୁ ତାଲା ଭାଙ୍ଗି ଘରେ ଥିବା ଆଲମିରାରୁ ସୁନା, ରୁପା ଚୋରି ଯାଇଥିବା ଅଭିଯୋଗ କରିଥିଲେ। ହିଞ୍ଜିଳି ଥାନା କେଶ ନମ୍ବର ୪୦୫/୨୦ ରେ ଏକ ମାମଲା ରୁଜୁ କରି ସୁନା ରୁପା ଉଦ୍ଧାର କରିଥିଲେ।