ଯାଜପୁର ଜିଲା ରସୁଲପୁର ବ୍ଲକ ନଠୁଆବର ଠାରେ ଚତୁର୍ଥ ବାର୍ଷିକ ନବ କୁଣ୍ଡୀୟ ମା ବିରଜା ମହାଯଜ୍ଞ ଓ ସନ୍ଥ ସମ୍ମିଳନୀ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି।ଏହି ସାଧୁ ସନ୍ଥ ସମ୍ମିଳନୀ ରେ ଭାରତ ବର୍ଷର ସବୁ ରାଜ୍ୟରୁ ସହ ସହ ସାଧୁ ସନ୍ଥ ଯୋଗଦେବେ l ଜାବରା, ଶ୍ରୀବନ୍ତପୁର, ଟିକରପଡା, ଗନ୍ଧଣ, ବଡ଼କଇଁଚି ଆଦି ପଞ୍ଚାୟତର ମିଳିତ ସହଯୋଗରେ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ମା ବିଶ୍ବରୂପା ବିରଜାଙ୍କ ଚତୁର୍ଥ ବାର୍ଷିକୀ ନବ କୁଣ୍ତିୟ ବିଶ୍ବଶାନ୍ତି ମହାଯଜ୍ଞ ଓ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହେବ। ଯଜ୍ଞର ମୁଖ୍ୟ ପୁରୋଧା ବିରାଜପୁତ୍ର ସ୍ବାମୀ ଉଦୟାନନ୍ଦ ପର୍ବତ ମହାରାଜଙ୍କ ଦ୍ବାରା ଯଜ୍ଞ ଓ ସାଧୁସନ୍ଥ ସମ୍ମିଳନୀର ରୂପରେଖ ନିର୍ଦ୍ଧାରଣକୁ ନେଇ ପ୍ରସ୍ତୁତି ବୈଠକରେ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇଛି।
ଆଞ୍ଚଳିକ କମିଟି ସଭାପତି ଦଶରଥ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ମହୋତ୍ସବର ରୂପରେଖ ନେଇ ତଥ୍ୟ ଉପସ୍ଥାପନ ସହ ସମ୍ମିଳନୀରେ ଭାରତ ପ୍ରଦେଶର ବିଭିନ୍ନ ଆଖଡାରୁ ୮୦ ରୁ ଉର୍ଦ୍ଧ୍ବ ସାଧୁସନ୍ଥ ଯୋଗଦେବେ ବୋଲି ଜଣା ପଡ଼ିଛି। ଉତ୍କଳ ପୀଠାଧିଶ୍ବର ଜଗତଗୁରୁ ରାମାନନ୍ଦ ଆଚାର୍ଯ୍ୟ ସ୍ବାମୀ ଅରୂପାନନ୍ଦ ମହାରାଜ, ରେକି ମିଶନର ସର୍ବଭାରତୀୟ ସନ୍ଥମାନେ ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରସାଶନର ସହଯୋଗ ନିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି।