ଭୁବନେଶ୍ୱର: ଦେଶ ପାଇବାକୁ ଜାଉଛି ନୂଆ ରାଷ୍ଟ୍ରପତି, ଅନ୍ୟପଟେ ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବିଦାୟ ସମାରୋହ ୨୩ ଜୁଲାଇରେ ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ବିଦାୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଉଭୟ ଗୃହର ସାଂସଦ ମଧ୍ୟ ଯୋଗଦେବେ। ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୨୩, ଶନିବାର ଦିନ ଅପରାହ୍ନ ୫:୩୦ ସମୟରେ ସଂସଦ ଗୃହର ସେଣ୍ଟ୍ରାଲ ହଲରେ ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବିଦାୟ ସମାରୋହ ଆୟୋଜିତ ହେବ। ବିଦାୟ ସମାରୋହରେ ଲୋକସଭା ବାଚସ୍ପତି ଓମ ବିର୍ଲା ରାଷ୍ଟ୍ରପତି କୋବିନ୍ଦଙ୍କ ପାଇଁ ବିଦାୟ ଅଭିଭାଷଣ ପ୍ରଦାନ କରିବେ ଏବଂ ସଂସଦ ସଦସ୍ୟଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହା ପ୍ରଦାନ କରିବେ। ରାଷ୍ଟ୍ରପତି କୋବିନ୍ଦଙ୍କୁ ସଂସଦର ସଦସ୍ୟମାନଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ସ୍ମାରକପତ୍ର ଏବଂ ଏକ ଦସ୍ତଖତ ବୁକଲେଟ୍ ମଧ୍ୟ ପ୍ରଦାନ କରାଯିବ ।
ସଂସଦ ସଦସ୍ୟଙ୍କ ଦସ୍ତଖତ ପାଇଁ ୧୮ ଜୁଲାଇରୁ ୨୧ ଜୁଲାଇ ମଧ୍ୟରେ ସକାଳ ୧୦ ଟାରୁ ୬ ଟା ପର୍ୟ୍ୟନ୍ତ ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଦସ୍ତଖତ ବୁକ୍ ରଖାଯିବ । ଏହି ସମୟ ମଧ୍ୟରେ ଉଭୟ ଗୃହର ସାଂସଦମାନେ ଏହି ବୁକଲେଟରେ ଦସ୍ତଖତ କରିପାରିବେ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୪ ରେ ଶେଷ ହେବ। ଅବସର ପରେ ତାଙ୍କୁ ତାଙ୍କ ବାସଭବନ ଅର୍ଥାତ୍ ଦେଶର ପ୍ରଥମ ନାଗରିକଙ୍କ ବାସସ୍ଥାନ ରାଷ୍ଟ୍ରିୟ ଭବନ ଖାଲି କରିବାକୁ ପଡିବ। ଦେଶର ନୂତନ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନରେ ରହିବେ। ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ଏକ ନୂତନ ସରକାରୀ ବାସଭବନ ଦିଆଯିବ ।