୩ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ

ଭୁବନେଶ୍ୱର : ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ମହାମହିମ । ବିମାନ ବନ୍ଦରରେ ସ୍ୱାଗତ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଭୁବନେଶ୍ବର ମେୟର ସୁଲୋଚନା ଦାଶ । ଜଣାଇଲେ । ଗାଡିରୁ ଓହ୍ଲାଇ ଲୋକଙ୍କୁ ଭେଟିଲେ ।ଅପେକ୍ଷା କରିଥିବା ଲୋକଙ୍କ ସହ ହାତ ମିଳାଇଥିଲେ । ବିମାନବନ୍ଦରରେ ସ୍ବାଗତ ପରେ ରାଷ୍ଟ୍ରପତି ସ୍ବତନ୍ତ୍ର କାର୍କେଡ୍ରେ ରାଜଭବନକୁ ସିଧାସଳଖ ଯାଇଛନ୍ତି। ସେଠାରେ କିଛି ସମୟ ବିଶ୍ରାମ ପରେ ରାଷ୍ଟ୍ରପତି ରାଜଭବନ ପରିସରରେ ସନ୍ଧ୍ୟା ୭ଟାରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ। ରାଜଭବନରେ ହିଁ ସେ ରାତ୍ରି ଭୋଜନ କରିବାର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ ।୩ ଦିନିଆ ଓଡିଶା ଗସ୍ତରେ ରଷ୍ଟ୍ରପତି ।