(ପ୍ରିୟଦର୍ଶନୀ ସ୍ୱାଈଁ): ଶୀତ ଦିନେ ଅତି ସହଜରେ ଫୁଲକୋବି ମିଳିଯାଇଥାଏ । ତେବେ ସବୁବେଳେ ଭଜା,ତରକାରୀ କରିବା ଫଳରେ ଛୁଆ ବୋର ହୋଈଯାଈଥାନ୍ତି । ତେବେ ସେମାନଙ୍କୁ ଏକ ଭିନ୍ନ ପ୍ରକାର ଖାଦ୍ୟ ଖୁଆଇ ପାରିବେ । ଯାହା କୋବି ଚିଲି ପରି ତେଲ ନୁହଁ କି ଦେହ ପକ୍ଷେ କ୍ଷତିକାରକ ନୁହେଁ । ତେବେ ଆସନ୍ତୁ ଏହି ଶୀତଦିନରେ ବନାଇବା କୋବି ଭର୍ତ୍ତା ।
ଆବଶ୍ୟକ ସାମଗ୍ରୀ: ଫୁଲ କୋବି- ୧ କେଜି,ମଟର – ଅଧା କ.ଟମାଟର- ୨ଟି.ପିଆଜ-ଗୋଟେ
,ରସୁଣ- ସାତ ପାଖୁଡା,ଅଦା- ୨ ଇଞ୍ଚର ଖଣ୍ଡ.କଞ୍ଚା ଲଙ୍କା- ୪ଟି,ଲେମ୍ବୁରସ- ଗୋଟେ ଛୋଟ ଚାମ.ହଳଦୀ- ଗୋଟେ ଛୋଟ ଚାମଚ,ଶୁଖିଲା ଲଙ୍କା ଗୁଣ୍ଡ-ଗୋଟେ ଚାମଚ,ରାଶି- ଗୋଟେ ଚାମଚ,ଜିରା – ଗୋଟେ ଛୋଟ ଚାମଚ,ପାନ ମାଧୁରୀ- ଗୋଟେ ଚାମଚ.ଗରମ ମସଲା- ଗୋଟେ ଚାମଚ,ତେଲ,ଲୁଣ- ଆବଶ୍ୟକତା.ଧନିଆ ପତ୍ର.
ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଏକ ପାତ୍ରରେ ଫୁଲକୋବି,ଟମାଟୋ,ପିଆଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଗ୍ୟାସ ଅନ କରି ପ୍ୟାନରେ ତେଲ ପକାଇ ଗରମ ହେବା ପାଈଁ ଛାଡ଼ି ଦିଅନ୍ତୁ । ତେଲ ଗରମ ପରେ ପିଆଜ ପକାଇ ଭାଜନ୍ତୁ । ପିଆଜ ହୋଈଯିବା ପରେ ସେଥିରେ ଅଦା,ରସୁଣ,ଟମାଟୋ ପକାଇ ଭଲରେ ଭାଜି ଦିଅନ୍ତୁ । ସେଥିରେ ଫୁଲକୋବି ଏବଂ ମଟର ପକାଇ ଦିଅନ୍ତୁ । ଏହା ଭଲଭାବେ ସିଝି ଗଲେ ଚାମଚରେ ମିଶାଇ ଦିଅନ୍ତୁ । ଏବେ ସେଥିରେ ଲେମ୍ଭୁ ରସ ଓ ଧନିଆ ପତ୍ର ପକାଇ ସର୍ଭିଙ୍ଗ ପ୍ଲେଟରେ କାଢ଼ି ସର୍ଭ କରନ୍ତୁ କୋବି ଭର୍ତ୍ତା ।