କଡ଼ାଇ ମଟନ

(ରିପୋର୍ଟସ ଟୁଡ଼େ) ଆପଣ ସମସ୍ତେ ମଟନର ବିଭିନ୍ନ ଡ଼ିସ ଖାଇଥିବେ । ତେବେ ଆଜି କଡାଇ ମଟନ୍ ପ୍ରସ୍ତୁତ କରିବ। ଆସନ୍ତୁ ଜାଣିବା କେମିତି ଏହାକୁ ପ୍ରସ୍ତୁତ କରିବେ।
ଆବଶ୍ୟକ ସାମଗ୍ରୀ: ବଏଲ୍ ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା ସିମଲା ଲଙ୍କା, ଟମାଟୋ, ଦହି, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଘିଅ, କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ, କଟା ଅଦା, ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡେଇରେ ଘିଅ ଗରମ କରନ୍ତୁ। ସେଥିରେ ଟମାଟୋ ଓ ଅଦା-ରସୁଣ ବଟା ପକାନ୍ତୁ। ଏଥିରେ ଢାଙ୍କୁଣି ଦେଇ ପ୍ରାୟ ୧୦ ମିନିଟ୍ ପର୍ୟ୍ୟନ୍ତ ଚୁଲିରେ ବସାନ୍ତୁ ।ଟମାଟୋ ନରମ ହୋଇ ଆସିଲେ ସେଥିରେ ବଏଲ୍ ମଟନ୍, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ, ସିମଲା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଏବଂ ଧନିଆ ଗୁଣ୍ଡ ପକାଇ ଭଲ କରି ଘାଣ୍ଟନ୍ତୁ।
ଏବେ ଏହି ମିଶ୍ରଣରେ ଦହି ପକାଇ ଗୋଳାନ୍ତୁ ଏବଂ ଏହି ମସଲାକୁ ୧୦ରୁ ୧୫ ମିନିଟ୍ ପର୍ୟ୍ୟନ୍ତ ସିଝିବାକୁ ଛାଡି ଦିଅନ୍ତୁ। ଶେଷରେ ଏଥିରେ କଟା ଅଦା, କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଘାଣ୍ଟନ୍ତୁ। ପୁଣି ଥରେ ଏହାକୁ ୫ ମିନିଟ ପର୍ୟ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ।
ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପ୍ରିୟ ‘କଡାଇ ମଟନ’। ଏହାକୁ ଆପଣ କଟା ଧନିଆ ପତ୍ରରେ ସଜାଇ ଭାତ କିମ୍ବା ରୁଟିରେ ନିଜେ ଖାଆନ୍ତୁ।