ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ, ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ପୁରୀ: ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ । ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବିଗତ ଦିନର ତ୍ରୁଟି ଚିହ୍ନଟ ସହ କ’ଣ ପଦକ୍ଷେପ ନିଆଯିବ ରିପୋର୍ଟ ନିର୍ଦ୍ଦେଶ । ପ୍ରତି ମାସରେ ସମୀକ୍ଷା ହେବ ରଥଯାତ୍ରା ପ୍ରସ୍ତୁତି- ମୁଖ୍ୟ ଶାସନ ସଚିବ । ସ୍ୱାସ୍ଥ୍ୟ, ପିଇବା ପାଣି, କ୍ୱାଲିଟି ମନିଟର, ସ୍ୱଚ୍ଛତାକୁ ଗୁରୁତ୍ୱ । ଭିଡ଼ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା । ବୈଠକରେ ଉପସ୍ଥିତ ଥିଲେ ପୋଲିସ ଡିଜି, ଅଗ୍ନିଶମ ଡିଜି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏକାଧିକ ବିଭାଗର ସଚିବ ଥିଲେ ଉପସ୍ଥିତ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ କରିବା ସହ କେମିତି ଏହି ସବୁ ତ୍ରୁଟିରେ ସୁଧାର କରାଯିବ । ସେସଂପର୍କରେ ଆଲୋଚନା କରାଯିବ । ଏହାସହି ତ୍ରୁଟି ସୁଧାରିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ । ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସ୍ୱାସ୍ଥ୍ୟ, ପିଇବା ପାଣି, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ଏହାସହିତ ରଥଯାତ୍ରା ସମୟରେ ଭିଡ଼ ପରିଚଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ସମୀକ୍ଷା ବୈଠକରେ ପୋଲିସ ଡିଜି, ଅଗ୍ନିଶମ ବିଭାଗ ଡିଜିଙ୍କ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏକାଧିକ ବିଭାଗର ସଚିବ ଉପସ୍ଥିତ ରହିଥିଲେ।