ସ୍କୁଲରେ କେତେ ଅଧ୍ୟାପକ ଅଛନ୍ତି ତା’ର ତାଲିକା ତୁରନ୍ତ ଦିଅ, ନଚେତ୍…

କଟକ: ଆରମ୍ଭ ହେଲା ଦ୍ଵାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଚିଠି ପଠାଯାଇଛି । ଚିଠିରେ ସ୍କୁଲରେ କେତେ ଅଧ୍ୟାପକ ଅଛନ୍ତି ସେ ନେଇ ଆସନ୍ତା ୨୯ରୁ ସେପ୍ଟେମ୍ବର ୩୦ ଭିତରେ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିଷଦ ପରୀକ୍ଷା ନିୟନ୍ତ୍ରକ ।

ତେବେ ଆସନ୍ତାବର୍ଷ ହେବାକୁ ଥିବା ଦ୍ବାଦଶ ବୋର୍ଡ ପରୀକ୍ଷା ପରିଚାଳନା କରିବେ ସଂପୃକ୍ତ ଅଧ୍ୟାପକ । ତାଣୁ ଏହି ତାଲିକା ମାଗିଛନ୍ତି ପରୀକ୍ଷା ନିୟନ୍ତ୍ରକ । ଯଦି ତାଲିକା ଦେବାରେ କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ଖିଲାପ କଲେ ତେବେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଇସ୍ୟୁ କରାଯିବନି ବୋଲି କଡା ଚେତାବନୀ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ।