ଜଙ୍ଗଲ ରାସ୍ତାରେ ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ଦିନକୁ ଦିନ ବଢୁଛି ଜନନୀ ଯନ୍ତ୍ରଣା । ଆଜି ପୁଣି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ବ୍ଲକ ରାସବେଢା ପଞ୍ଚାୟତ କନ୍ଧଗୁଡା ଗ୍ରାମରେ । ଧନି ଖିଲଙ୍କ ପତ୍ନୀ ରାଧିକା ଖିଲ ଗର୍ଭ ଯନ୍ତ୍ରଣା ଭୋଗିବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ୨ କିଲୋମିଟର ଦୂରରେ ଅଟକି ରହିଥିଲା । ତେଣୁ ବାଧ୍ୟ ହୋଇ ପରିବାର ଲୋକଙ୍କ ସହ ଆମ୍ବୁଲାନ୍ସ ଡ୍ରାଇଭର ଓ ଗ୍ରାମର କିଛି ଯୁବକ ଗର୍ଭବତୀଙ୍କୁ ଖଟିଆରେ ଜଙ୍ଗଲ ରାସ୍ତାରେ ୨ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ସେଠାରୁ ମହିଳା ଜଣଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଛି ।