ମାଡି ଆସୁଛି ବାତ୍ୟା

(ମମତା ସାମଲ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଆଜି ସଂଧ୍ୟା ସୁଦ୍ଧା ଅବପାତ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଗୋପାଳପୁର ଠାରୁ ୩୦୦ କିଲୋମିଟର ଦୂରରେ ଅବପାତ ରହିଛି। ମଧ୍ୟରାତ୍ର ସୁଦ୍ଧା ଅବପାତ ଗୋପାଳପୁର ଅତିକ୍ରମ କରିବ । ପୁରୀରୁ କଳିଙ୍ଗପଟ୍ଟନମ ମଧ୍ୟରେ ବାତ୍ୟା ଅତିକ୍ରମ କରିବ। ଏହି ସମୟରେ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବୋହିବ । ରାଜ୍ୟର ସମସ୍ତ ବନ୍ଦରରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଧୀବରମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

ବର୍ଷା ଓ ଝଡବାତ୍ୟା ଯୋଗୁଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।