ଅଡୁଆରେ ପଡ଼ି ପାରନ୍ତି ପ୍ରତାପ ଦେବ

-୨୦୨୪ ନିର୍ବାଚନରେ ସମ୍ମୁଖୀନ ହେବେ କଡ୍ଡା ଟକ୍କରର
-ଜିତିବା କାଠିକର ବ୍ୟାପାର ହୋଇ ଯିବ ପ୍ରତାପ ଦେବଙ୍କ ପାଇଁ
– କଂଗ୍ରେସ ଓ ବିଜେପି ମିଶିକି ପକାଇବେ ଅଡ଼ୁଆରେ
– ଖରସ୍ରୋତା ଜଳପ୍ରକଳ୍ପର ପ୍ରତିଶୋଧ ନେବେ ଭୋଟର
– କୃଷ୍ଣଚନ୍ଦ୍ର ପଣ୍ଡା ହେବେ ନିର୍ବାଚନର କି ଫ୍ୟାକ୍ଟର

ଆସନ୍ତା ସାଧାରଣ ନିର୍ବାଚନରେ ଆଳି ନିର୍ବାଚନମଣ୍ଡଳୀରୁ ପ୍ରତାପ ଦେବ ଯଦି ବିଜେଡ଼ିରୁ ପ୍ରାର୍ଥୀ ହୁଅନ୍ତି, ତେବେ ସେ ଜିତିବା କଷ୍ଟକର ହୋଇ ପଡ଼ିବ । ଏଥର ତାଙ୍କୁ ଦୁଇ ଦଳ କଂଗ୍ରେସ ଓ ବିଜେପି ଘେରିବେ ।
କହିବାକୁ ଗଲେ ଆଳି ନିର୍ବାଚନ ମଣ୍ଡଳୀ ହେଉଛି କଂଗ୍ରେସର ଗଡ଼ । ଦେବେନ୍ଦ୍ର ଶର୍ମାଙ୍କ ଏଠାରେ ଭଲ ପ୍ରଭାବ ରହିଛି । ସେ ଗ୍ରାଉଣ୍ଡ ଲେବଲ୍ ନେତା । ଲୋକଙ୍କ ସୁଃଖ ଦୁଃଖରେ ଦେବେନ୍ଦ୍ର ହିଁ ଠିଆ ହୋଇଥାନ୍ତି । ୨୦୧୪ରେ ସେ ୭୭,୭୫୧ଟି ଭୋଟ ପାଇ ବିଜୟ ହୋଇଥିଲେ । ୨୦୧୯ରେ ପ୍ରତାପ ଦେବଙ୍କଠାରୁ ହାରି ଯାଇଥିଲେ । କିନ୍ତୁ ଏଥର ସେ ପ୍ରତାପଙ୍କୁ ୧୦ ବର୍ଷ ତଳେ ଯେମିତି ଝଟକା ଦେଇଥିଲେ, ସେହି ଭଳି ଆଉ ଏକ ଝଟକା ଦେଇ ପାରନ୍ତି ବୋଲି ରାଜନୈତିକ ବିଷାରଦମାନେ ଆକଳନ କରୁଛନ୍ତି । କାରଣ ଗତ ୨୦୦୯ ନିର୍ବାଚନଠାରୁ କେହି ଦ୍ୱିତୀୟବାର ଲଗାତାର ଜିତି ନାହାନ୍ତି । ଥରେ ବିଜେଡି ଜିତିଲେ ଅନ୍ୟ ଥର କଂଗ୍ରେସ ଜିତୁଛି । ଏହି ଢ଼ାଂଚାରେ ଯଦି ଆମେ ଦେଖିବା ତା ହେଲେ କଂଗ୍ରେସର ଦେବେନ୍ଦ୍ର ଶର୍ମା ଏଥର ଜିତି ପାରନ୍ତି ବୋଲି ଆଲୋଚନା ହେଉଛି ।
ଏହା ଛଡ଼ା ପ୍ରତାପ ଦେବ ଜଣେ କ୍ରୋଧୀ ବ୍ୟକ୍ତି ବିଶେଷ । ସେ ଅନେକ ସମୟରେ ଛୋଟଛୋଟ କଥାରେ ନିଜ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ଉପରେ ରାଗି ଯାଇଥାନ୍ତି । ଏଭଳି ଅସନ୍ତୋଷ ବ୍ୟକ୍ତିଧାରୀ ଆଳି ନିର୍ବାଚନମଣ୍ଡଳୀରେ ଭର୍ତି ହୋଇଛନ୍ତି ।
ସେହିପରି ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ବେଳେ ସାଧାରଣ ଲୋକଙ୍କୁ ପୁଲିସ ଲଗାଇ ପିଟିିବା, ସେମାନଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରିବା ଭଳି ଘଟଣା ଏବେ ସେମାନଙ୍କ ମନରୁ ଲିଭି ନାହିଁ । ସେମାନେ ଆସନ୍ତା ନିର୍ବାଚନକୁ ଅପେକ୍ଷା କରି ବସିଛନ୍ତି । ସମସ୍ତେ ଭୋଟ ନ ଦେବେ ନାହିଁ କିନ୍ତୁ ପ୍ରତାପ ଦେବଙ୍କୁ ଦେବେ ନାହିଁ ବୋଲି କହୁଛନ୍ତି । ସେହିପରି ରାଜବାଟୀ ନିକଟରୁ ବେଆଇନ ବାଲି ଉଠାଣକୁ ନେଇ ସ୍ଥାନୀୟ ଲୋକ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି । ଶେଷରେ ବିଦ୍ୟୁତ ବିଲ ମୂଲ୍ୟ ବୃଦ୍ଧି ଓ ପାୱାର କଟକୁ ନେଇ ମଧ୍ୟ ସାରା ରାଜ୍ୟରେ ଅସନ୍ତୋଷ ରହିବା ସହିତ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ଅଛି ।
ସେପଟେ ବିଜେପିର ଯୁବ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା ଏବେ ଆଳି ନିର୍ବାଚନମଣ୍ଡଳୀରେ ସଂପୂର୍ଣ୍ଣ ଆକ୍ଟିଭ୍ । ଗତ ପଂଚାୟତ ନିର୍ବାଚନପରଠାରୁ ଗାଁକୁ ଗାଁ ବୁଲି ସଂଗଠନ ଆରମ୍ଭ କରିଛନ୍ତି । ତାଙ୍କ ସହିତ ଆଳିର ଅନେକ ଯୁବକ ଅଛନ୍ତି । ସବୁ କଥାରେ ସମସ୍ତଙ୍କ ପାଖରେ ସେ ପହଂଚି ଯାଉଛନ୍ତି । ଯେଉଁଥି ପାଇଁ ତାଙ୍କର ପ୍ରଭାବ ଧିରେ ଧିରେ ବଢ଼ିବାରେ ଲାଗିଛି । କୃଷ୍ଣଙ୍କ ଉପରେ ବିଜେପି ସାଂସଦ ପ୍ର୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ଆର୍ଶୀବାଦ ରହିଛି । ସେ ଯଦି ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୁଅନ୍ତି, ସେ ମଧ୍ୟ କି-ଫ୍ୟାକ୍ଟର ହେବ ବୋଲି କୁହାଯାଉଛି । ତାଙ୍କ ଭୋଟ ହିଁ କହି ଦେବ କିଏ ଜିତିବ ଆଉ କିଏ ହାରିବ ।