ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ

ଖୋର୍ଦ୍ଧା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ପ୍ରଶାନ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । ତେବେ ଜାମିନ ନେଇ ନିମ୍ନ ଅଦାଲାତ ସର୍ତ୍ତ ସ୍ଥିର କରିବେ ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ପୂର୍ବରୁ ନୂଆ ସରକାରର ଶପଥ ସମାରୋହରେ ଯୋଗ ଦେବା ପାଇଁ ତାଙ୍କୁ ୩ ଦିନ ଅନ୍ତରୀଣ ଜାମିନ ମିଳିଥିଲା । ଖୋର୍ଦ୍ଧା ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ ତାଙ୍କୁ ୯ ତାରିଖରୁ ତାଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଥିଲା । ଚିଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାର ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ମେ ୨୫ରେ ବୋଲିଗଡ ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।ଏନେଇ ଗତ ମେ ୨୫ ତାରିଖ ବିଳମ୍ବିତ ରାତିରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା ।