ଜଗଦ୍ଦେବଙ୍କ ଗିରଫଦାରି ଦାବିରେ ଖୋର୍ଦ୍ଧା ଏସପିଙ୍କ ଅଫିସ ଘେରାଉ
ଚିଲିକା/ଦିବ୍ୟକାନ୍ତ ବେହେରା: ଆଜି ବିଜେପି ପକ୍ଷରୁ ଖେ।ର୍ଦ୍ଧା ଏସପିଙ୍କ ଅଫିସ ଘେରାଉ କରାଯାଇଛି । ବାଲୁଙ୍ଗା ଓ ଖୋର୍ଦ୍ଧାଜିଲ୍ଲା ବିଜେପି ପକ୍ଷରୁ ଏହି ଘେରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଦାବିରେ ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ ହୋଇଛି । ଗତ ୮ ତାରିଖରେ ବାଲୁଙ୍ଗା ଏନଏସି ଅଫିସ ସମ୍ମୁଖରେ ଜଗଦେବ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିବା ଓ ଜାତିଗତ ଆକ୍ଷେପ କରିଥିଲେ । ଏଥିସହ ସେଠାରେ କାର୍ଯ୍ୟରତ ଆମ ପ୍ରତିନିଧିଙ୍କ ମୋବାଇଲ ଛଡାଇନେଇ ତାଙ୍କୁ ମଧ୍ୟ ଜାତିଗତ ଗାଳିଗୁଲଜ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏଯାବତ୍ ଜଗଦ୍ଦେବଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ । ପୁଲିସର ଏହି ଶୀଥିଳତାକୁ ନେଇ ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯିବା ସହ ନାରାବାଜି କରାଯାଇଛି । ତୁରନ୍ତ ଜଗଦେବଙ୍କୁ ଗିରଫ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।