ଭୁବନେଶ୍ୱର: ପୁଣି ଥରେ ରେଳ ବଜେଟରେ ଓଡ଼ିଶାକୁ ଅବହେଳା କରାଯଇଛି | ରାଜ୍ୟ ସରକାର କରିଆସୁଥିବା ଦାବି ଅନୁସାରେ ଉକ୍ତ ପ୍ରସ୍ତବକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଗ୍ରହଣ କରୁନାହିଁ । କିନ୍ତୁ ଚଳିତ ବଜେଟ୍ ବରାଦ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଖାଇଛନ୍ତି ଗୋଲାପୀ ସ୍ୱପ୍ନ। ଏଣୁ ସବୁ ସୁବିଧ ହେଉଛି କହି ମିଛୁଟାରେ ବାହା ବାହା ନେବା ଛାଡ଼ନ୍ତୁ ବୋଲି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ରେଳବାଇରେ ଓଡ଼ିଶାକୁ ହୋଇଥିବା ଅବହେଳାକୁ ନେଇ ଟ୍ୱିଟରେ ବର୍ଷିଛନ୍ତି ପ୍ରଣବ |
ବାସ୍ତବତା କ’ଣ ଓଡ଼ିଶାବାସୀ ବହୁତ ଭାଲଭାବେ ବୁଝି ସାରିଛନ୍ତି । ଏଣୁ ଓଡିଶା ବାସୀଙ୍କୁ ଭୁଆଁ ବୁଲାନ୍ତୁ, ଯଦି ନ ପାରୁଛନ୍ତି ତେବେ ଚୁପ ରୁହାନ୍ତୁ ବୋଲି ନିଜ ଟ୍ୱିଟରରେ ଲେଖିଛନ୍ତି ପ୍ରଣବ ପ୍ରକାଶ ଦାସ | ୯ ବର୍ଷରେ ମାତ୍ର ଖୋର୍ଦ୍ଧାରୁ ନୟାଗଡ଼ ରେଳ ଚାଲିପାରିଛି ବୋଲି ସେ କହିଛନ୍ତି । ୨୦୨୧-୨୨ ବର୍ଷରେ ଓଡ଼ିଶା ପାଇଁ ରେଳରେ ଆବଣ୍ଟିତ ହୋଇଥିବା ଅର୍ଥ ବାସ୍ତବରେ କେତେ ଖର୍ଚ୍ଚ ହୋଇଛି, ଯଦି ଦେଖାଯିବ ତେବେ ଆବଣ୍ଟନ ସ୍ୱପ୍ନର ବାସ୍ତବତା ପ୍ରତିଫଳିତ ହେବ। ମୁଁ ପୁଣି ଅନୁରୋଧ କରୁଛି ଦୟାକରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ବୋଲି କହି ବର୍ଷିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ |