• ବବିଙ୍କ ଫଟୋ ଡୁବାଇଲା ବିଜେଡିକୁ
• ବିଜେଡି ଇତିହାସର ସବୁଠୁ ଦୁର୍ବଳ ସାଂଗଠନିକ ସମ୍ପାଦକ ହୋଇଗଲେ ବବି
• ବ୍ଲାକରୋଜ ଓ ଅନେକ ଲୁଟର ଗୁମର ଖୋଲିବା ଭୟରେ ନିଦ ନାହିଁ ବବିଙ୍କୁ
• ଚିନ୍ତାରେ ବବି କରିବେ କଣ ନେବେକି କିଛି କଠୋର ନିଷ୍ପତ୍ତି ?
ବ୍ୟୁରୋ : ୨୦୨୪ ନିର୍ବାଚନରେ ବିଜେଡ଼ିର ବଡ ବିପର୍ଯ୍ୟୟର କାରଣ ଖୋଜିବାରେ ଲାଗିଛି ଦଳ | ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବବିଙ୍କ ପାଇଁ ଧରାଶାୟୀ ହେଲା ବିଜେଡି | ଦଳର ସାଙ୍ଗଠନିକ ସମ୍ପାଦକ ଭାବରେ ବାବିଙ୍କ କାର୍ଯ୍ୟକାଳ ଥିଲା ଅତ୍ୟନ୍ତ ଦୁର୍ବଳ | ନିର୍ବାଚନ ପାଇଁ ବବିଙ୍କ ସାଙ୍ଗଠନିକ ରଣନୀତି ଥିଲା ଅତି ସାମାନ୍ୟ | ବବିଙ୍କ ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ସଂଗଠନରେ ତିଆରି ହୋଇଥିଲା ଫାଟ | ବରିଷ୍ଠ ନେତାଙ୍କୁ କରୁଥିଲେ ଅଣଦେଖା, ବବିଙ୍କ ଜୟ ଜୟକାର କରୁଥିବା ଅନଭିଜ୍ଞ ନେତାଙ୍କୁ ମିଳୁଥିଲା ଗୁରୁତ୍ବପୂର୍ଣ୍ଣ ପଦବୀ | ବିଭିନ୍ନ ଯୁବ ନେତାଙ୍କୁ ଟିକେଟ ଦେବେ କହି ତିଆରି କରିଥିଲେ ପାରାଲାଲ ସଂଗଠନ | ଯାହା ଫଳରେ ବ୍ଲକରୁ ଜିଲ୍ଲା ଓ ଜିଲ୍ଲାରୁ ରାଜ୍ୟ ସଂଗଠନ ମଧ୍ୟରେ ବଢୁଥିଲା ଦଳୀୟ କନ୍ଦଳ |

ଦଳୀୟ ବ୍ୟାନରରେ ନବୀନଙ୍କ ଫଟୋ ଯେତିକି ବଡ ବବିଙ୍କ ସେତିକି ବଡ଼ ଫଟୋ ରଖିବାକୁ ଦେଉଥିଲେ ନିର୍ଦ୍ଦେଶ | ନିଜକୁ ନବୀନଙ୍କ ଉତ୍ତରାଧିକାର କହି ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ କରୁଥିଲେ ପ୍ରଚାର ନିଜର ଅନୁଗତଙ୍କ ଦ୍ଵାରା | ଫଳରେ ଦଳର ବରିଷ୍ଠ ନେତା ହେଉଥିଲେ ନାରାଜ | ଯାହା ଫଳରେ ବବିଙ୍କ ଫଟୋ ପାଇଁ ଡୁବିଲା ବିଜେଡି ବୋଲି ସାଧାରଣରେ ହେଲା ଆଲୋଚନା | ନବୀନଙ୍କ ନିର୍ଦ୍ଦେଶକୁ କରୁନଥିଲେ ଖାତିର, ନିଜର ଦବଦବା ଯାହିର କରିବା ପାଇଁ ନିଜ ଦଳର ବିରୋଧୀଙ୍କୁ ଚୁପ କରିବା ପାଇଁ ଡରାଇବା ଓ ଧମକାଇବାର ନେଉଥିଲେ ଆଶ୍ରୟ |

ନିଜର ସ୍ଵତନ୍ତ୍ର ଟିମ୍ ଦ୍ଵାରା କରୁଥିଲେ ଲୁଟ୍ ଓ ଦଳକୁ ଯୋଗାଉଥିଲେ ପାଣ୍ଠି | ପ୍ରତିଟି କାର୍ଯ୍ୟରେ ନେଉଥିଲେ କମିଶନ ଓ ଲୁଟେରାଙ୍କୁ ଦେଉଥିଲେ ସୁରକ୍ଷା | ଡ଼ିଲ୍ ପାଇଁ ଥିଲା ସ୍ଵତନ୍ତ୍ର ଅଣ୍ଡର ଗ୍ରାଉଣ୍ଡ ଘର, ବବିଙ୍କୁ ଖୁସ୍ ରଖିବା ପାଇଁ ମଧ୍ୟ ଥିଲା ସ୍ଵତନ୍ତ୍ର ବ୍ୟବସ୍ଥା | ନିଜେ ହେଲେ ହଜାର ହଜାର କୋଟିର ମାଲିକ ଓ ଅନୁଗତଙ୍କୁ ମଧ୍ୟ କରାଇଲେ କୋଟିପତି | ବିଜେଡି ଅନ୍ଦର ମହଲରେ ଚର୍ଚ୍ଚା ବବି ମାଲେମାଲ ବିଜେଡି ଚିତ୍ ପଟାଙ୍ଗ|

ବବିଙ୍କ ଭୁଲ୍ ରଣନୀତି ଓ ମଳିନ ଛବି ବିଜେଡି କୁ ରସାତଳଗାମୀ କରିଦେଲା | କେତେବେଳେ କ୍ରୀତଦାସ ହେଇ ତ କେବେ ଟ୍ରାଫିକ ପୋଲିସ ହୋଇ ଓଡ଼ିଆଙ୍କୁ କଲେ ଅପମାନିତ | ଫଳସ୍ୱରୁପ୍ ୨୪ ବର୍ଷର ବିଜେଡି ଶାସନରେ ପଡ଼ିଲା ପୂର୍ଣ୍ଣଛେଦ| ବବିଙ୍କ ଅପାରଗତାର ଜ୍ୱଳନ୍ତ ଉଦାହରଣ ହେଉଛି ବିଜେଡିର ଗଡ ଭାବେ ପରିଚିତ ଯାଜପୁର ଲୋକସଭା ଆସନ ଗଲା ବିଜେପି ହାତକୁ | ନିଜେ ସମ୍ବଲପୁରରେ ମାଟି କାମୁଡି ପଡ଼ିଲେ ଓ ମା ଙ୍କ ପରାଜୟର କାରଣ ମଧ୍ୟ ପାଲଟିଲେ |
କୁହାଯାଏ ଯେ କ୍ଷମତା ଚିରସ୍ଥାୟୀ ନୁହେଁ, ଆଜି କ୍ଷମତା ପାଇଁ ଆଉଟ୍ ପାଉଟ୍ ହେଉଛନ୍ତି ବବି | ଅନେକ ଲୁଟରେ ସାମିଲ୍ ଥିବାରୁ ମନରେ ଅଛି ଭୀଷଣ ଡର | ବ୍ଲାକରୋଜ ଗୁମର ଖୋଲିବାର ଡର ରାତିରେ ଶୁଆଇ ଦଉନି ବବିଙ୍କୁ, ଏପଟେ ଦଳରେ ପତିଆରା ଖସିବାରେ ମଧ୍ୟ ଲାଗିଛି ତେଣୁ ଚିନ୍ତାରେ ବବି କରିବେ କଣ ? କଣ ନେବେ କି କିଛି କଠୋର ନିଷ୍ପତ୍ତି ?