ନାନା ପାଟେକରଙ୍କ ସହ ସ୍କ୍ରିନ ସେୟାର କରିବେ ପ୍ରକୃତି

ବଲିଉଡ ଅଭିନେତା ନାନା ପାଟେକରଙ୍କ ସହ ସ୍କ୍ରିନ ସେୟାର କରିବେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ।

(ଭୁବନେଶ୍ୱର) : ବଲିଉଡ ଅଭିନେତା ନାନା ପାଟେକରଙ୍କ ସହ ସ୍କ୍ରିନ ସେୟାର କରିବେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ଓଡ଼ିଆ ନୁହେଁ ବରଂ ଏକ ହିନ୍ଦୀ ସିନେମାର ନଜର ଆସିବେ । ଯାହାର ଶୀର୍ଷକ ଘୋଷଣା ହୋଇନାହିଁ । ତେବେ ପ୍ରକୃତି ଏବଂ ନାନାଙ୍କ ଏକ ଫଟୋ ସହ ଏହି ଖବରକୁ ନେଇ ଓଲିଉଡରେ ଢେର ସାରା ଚର୍ଚ୍ଚା ଏବଂ ଆଲୋଚନା ଆରମ୍ଭ ହୋଇଛି ।

ପ୍ରକୃତି ମିଜାନ ଜାଫ୍ରେଙ୍କ ସହ ସ୍କ୍ରିନ୍‌ରେ ରୋମାନ୍ସ କରିବା ଦେଖିବାକୁ ମିଳିବ । ଏହା ଏକ ଥ୍ରୀଲର ସିନେମା । ଏଥିରେ ନାନା ସାର୍‌ ଜଣେ ତଦନ୍ତକାରୀ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି ।

ଏନେଇ ପ୍ରକୃତି ନିଜର ପ୍ରତିକ୍ରିୟା ଦେଇଛନ୍ତି , ସିନେମାରେ ଜଣେ ଆଇନଜୀବୀ ଭାବେ ମିଜାନଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରୁଛି । ମାଭେରିକ୍‌ ପିକଚର୍ସ ସହାୟତାରେ ଭାୟାକମ୍‌ ୧୮ ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସମୀର କର୍ଣ୍ଣିକ୍‌ । କ୍ୟାମେରା ପରିଚାଳନା କରୁଛନ୍ତି ସିନେମାଟୋଗ୍ରାଫର ବିନୋଦ ପ୍ରଧାନ । ପୂର୍ବରୁ ଜାତୀୟସ୍ତରର ବିଭିନ୍ନ ରିଆଲିଟି ଶୋ’, ଟେଲି ସିରିଜ୍‌ ଏବଂ ହିନ୍ଦୀ ଫିଲ୍ମରେ ପ୍ରକୃତି ନଜର ଆସିବା ସହ ଅଭିନୟର ସ୍ୱତନ୍ତ୍ର ଛାଫ ଛାଡ଼ିଛନ୍ତି । ଗତ ଜୁନ୍‌ ୩ରେ ଓଡ଼ିଆରେ ବାବୁସାନ୍‌ଙ୍କ ସହିତ ତାଙ୍କର ସିନେମା ‘ପ୍ରେମମ୍‌’ ମୁକ୍ତିଲାଭ କରିଥିଲା ।