ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେଲେ ପ୍ରଦୀପ କୁମାର ଜେନା

ଅନୁ ଗର୍ଗ ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟର ନୂଆ ମୁଖ୍ୟ ସଚିବ ହେଲେ ପ୍ରଦୀପ କୁମାର ଜେନା। ମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ । ୧୯୮୯ ବ୍ୟାଚର ଆଇଏଏସ ପ୍ରଦୀପ କୁମାର ଜେନାଙ୍କୁ ପରବର୍ତ୍ତୀ ମୁଖ୍ୟ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ତେବେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସପତ୍ନୀଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ପହଞ୍ଚିବା ପରେ ନୂଆ ମୁଖ୍ୟ ସଚିବଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ରେ ସରିବାକୁ ଯାଉଛି। ଏବେ ସୁରେଶଙ୍କୁ ପରବର୍ତ୍ତୀ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶକ୍ତି ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।