ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ଗୃହରେ ସୁଭଦ୍ରା ଯୋଜନାକୁ ନେଇ ପ୍ରଶ୍ନ ରଖିଥଲେ ବିଧାୟକ ଗଣେଶ୍ୱର ବେହେରା । ବିଜେଡି ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ସୁଭଦ୍ରା ତୃତୀୟ କିସ୍ତିରୁ ବାଦ ପଡିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ । ସେହିଭଳି ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ହିତାଧିକାରୀ । ସୁଭଦ୍ରରେ ପ୍ରଥମ କିସ୍ତି ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ପାଇଥିବା ବେଳେ ଦ୍ବିତୀୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ପାଇଛନ୍ତି। ତୃତୀୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ଜ୍ଝ ମୋଟ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ସୁଭଦ୍ରା ଆବେଦନ କରିଥିଲେ।