କଟକ(ଜଗନ୍ନାଥ ମହାନ୍ତି) : ସଫେଇ କର୍ମଚାରୀଙ୍କ ସମ୍ବନ୍ଧରେ କଟକ ମହାନଗର ନିଗମକୁ ପରାମର୍ଶ ଦେଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅଧୀନରେ ଥିବା ସଫେଇ କର୍ମଚାରୀ ଜାତୀୟ କମିଶନ ସଦସ୍ୟ ପିପି ଭାଭା । ଏମଏସ ଆକ୍ଟ ୨୦୧୩ ଅଧୀନରେ ଥିବା ସମସ୍ତ ନିୟମ ଲାଗୁ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସମସ୍ତ ସ୍ଥାୟୀ ପଦରେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେବା, ଏମଏସ ଆକ୍ଟ ୨୦୧୩ ରେ ଥିବା ସମସ୍ତ ଅଧିକାର ପ୍ରଦାନ କରିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ କମିଶନ ସଦସ୍ୟ। ଏତେ ବର୍ଷ ଧରି କାହିଁକି ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖା ଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଜାତୀୟ କମିଶନ ସଦସ୍ୟ ପିପି ଭାଭା ।