(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ମହାରାଷ୍ଟ୍ରର ମୁମ୍ବାଇ ଉତ୍ତର ମଧ୍ୟ ଲୋକସଭା ସିଟରେ ଦିବଙ୍ଗତ ବିଜେପି ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ ମହାଜନ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି । ଏଠାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ମତଦାନ ହେବ । ଏହି ଆସନରୁ ୨୦ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ଆସନରୁ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ଟକ୍କର ହେବାକୁ ଯାଉଛି । କଂଗ୍ରେସରୁ ପ୍ରିୟା ଦତ୍ତ ପ୍ରାର୍ଥୀ ହେଉଛନ୍ତି । ବସପାରୁ ଇମରାନ ମୁତ୍ସଫା ଖାଁ ଲଢୁଛନ୍ତି ।
ପୁନମ ଜଣେ ତାଲିମପ୍ରାପ୍ତ ପାଇଲଟ । ଆମେରିକାର ଟେକ୍ସାରୁ ସେ ତାଙ୍କ ତାଲିମ ସମ୍ପୂର୍ଣ୍ଣ କରିଛନ୍ତି । ତାଙ୍କର ୩୦୦ ଘଣ୍ଟାର ବିମାନ ଚାଳନାର ଅଭିଜ୍ଞତା ରହିଛି । ୨୦୧୨ରେ ସେ ତାଙ୍କ ବିଟେକ ଡିଗ୍ରୀ ସମ୍ପୂର୍ଣ୍ଣ କରିଥିଲେ । ୨୦୦୬ରେ ବାପା ପ୍ରମୋଦ ମହାଜନଙ୍କ ହତ୍ୟା ପରେ ବିଜେପିରେ ସାମିଲ ହୋଇଥିଳେ । ୨୦୦୯ରେ ପ୍ରଥମଥର ପାଇଁ ପଶ୍ଚିମ ଘାଟକିପରରୁ ସାଂସଦ ନିର୍ବାଚନ ଲଢିଥିଲେ, କିନ୍ତୁ ହାରି ଯାଇଥିଲେ । ଉକ୍ତ ଆସନର କେହି ସ୍ଥାୟୀ ଦାବିଦାର ନାହାନ୍ତି । ବିଭିନ୍ନ ସମୟରେ ଏହା ଭିନ୍ନ ଭିନ୍ନ ଦଳ ନେତାଙ୍କ ଖାତାକୁ ଯାଇଛି । ୨୦୧୪ ଲୋକସଭା ନିର୍ବାଚନରେ ପ୍ରିୟା ଦତ୍ତଙ୍କୁ ପୁନମ ମହାଜନଠାରୁ ହାରିଥିଲେ । ବିଜେପିକୁ ୪୭୮୫୩୫ ଭୋଟ ମିଳିଛି ।