ପୋଖରୀରେ ବୁଡି ଯୁବକ ମୃତ

(ମମତା ସାମଲ): ଅନୁଗୁଳ ରେଙ୍ଗାଳି ଥାନା ଅନ୍ତର୍ଗତ ଖାଲପାଳ ଗାଁରେ ଘଟିଛି ଦୁଃଖଦ ଘଟଣା । ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଖାଲପାଳ ଗାଁର ବଳଭଦ୍ର ସେଠୀଙ୍କ ପୁଅ ବିଧନ ସେଠୀ । ଆଜି ସକାଳେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଗୋଡ ଖସି ଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ଗ୍ରାମବାସୀ ମୃତଦେହକୁ ଉଦ୍ଧାର କରିଥିଲେ । ରେଙ୍ଗାଲି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।