ରାଜନୈତିକ ନିର୍ବାଚନୀ ହିଂସା, ଥାନାରେ ମାମଲା ରୁଜୁ

ଅନୁଗୁୂଳ: ରାଜନୈତିକ ନିର୍ବାଚନୀ ହିଂସା । ଏ ଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ । ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖାଦେଇକ୍ତି । ସୂଚନା ଅନୁସାରେ, ମିଳିଥିବା ସୂଚନାରୁ ପ୍ରକାଶ, ଅନୁଗୁଳ ଶିମିଳି ପଡ଼ାର ସ୍ଵାଧିନ ପୌରାଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଅନୁଗୁଳ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପୌରାଧକ୍ଷ ପ୍ରାର୍ଥୀ ଅନିରୁଦ୍ଧ ନିଜଘରକୁ ଫେରୁଥିବା ସମୟରେ ତାଙ୍କ ଘର ପାଖରେ ବହୁତ ଗୁଡ଼ିଏ ମୋଟର ଯାନ ଠିଆ ହୋଇଥିବାର ଦୃଶ୍ୟ ଦେଖି ସ୍ଥାନୀୟ ଜଣେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଫୋନକରି ଏହି ସୂଚନା ଦେଇଥିଲେ ।

ଏହି ସମୟରେ ୧ନଂୱାର୍ଡର ବିଜେଡି କାଉଁସିଲର ପ୍ରାର୍ଥୀ ସୁକାନ୍ତିଦାସ ଓ ତାଙ୍କ ସ୍ଵାମୀ ଅକ୍ଷୟଦାସ ଓଅନ୍ୟସହ ଯୋଗୀମାନେ ଅନିରୁଦ୍ଧଙ୍କୁ ମାଡ଼ମାରି ଏକ ଧଳା ରଙ୍ଗ ରକାରରେ ଜୋରଜବରଦସ୍ତ ବସାଇ ନେବାକୁ ଉଦ୍ୟମ କରୁଥିବା ବେଳେ ସାହିଲୋକମାନେ ଆସିତାଙ୍କୁ ଉଦ୍ଧାର କରିଥିଲେ ।ଏହି ଘଟଣାକୁ ନେଇସ୍ଥାନୀୟ ଅଞ୍ଚଳରେ ବେଶ କିଛି ସମୟ ଧରି ଚାପା ଉତ୍ତେଜନା ରହିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖିଖବର ପାଇ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା। ଏନେଇ ପୌରାଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧଦାସ ଅନୁଗୁଳଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ସୁକାନ୍ତିଦାସଙ୍କ ପକ୍ଷରୁ ମଧ୍ୟ ଅନୁଗୁଳଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।

୧ନଂ ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀ ସୁକାନ୍ତିଦାସଥାନା ରେଲିଖିତ ଅଭିଯୋଗ କରିଛନ୍ତିଯେ, ସେ ତାଙ୍କ ଜଣେ ମହିଳା ସହଯୋଗିଙ୍କ ସହରାଣୀଗୁଡ଼ାରୁ ଫେରୁଥିବା ସମୟରେ ୱାର୍ଡର ଜଣେ ପରିଚିତଙ୍କ ସହକଥା ହେଉଥିବାବେଳେ ପୌରଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧଦାସ ଏକ ମୋବାଇଲ ରେତାଙ୍କର ଫଟୋ ଉଠାଇଥିଲେ । ଆମ ମହିଳାମାନଙ୍କ କାହିଁକି ଫଟୋ ଉଠାଉଛିବୋଲି କହିବାରୁ ଅନିରୁଦ୍ଧଙ୍କ ସହଯୋଗିମାନେ ସେଠାରେ ପହଞ୍ଚି ସେମାନଙ୍କୁ ଦୁର୍ବ୍ୟବହାର କରିବା ସହଟଣା ଓଟରାକରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।ଉଭୟପକ୍ଷର ଅଭିଯୋଗକୁ ନେଇ ପୁଲିସମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।