ରାମ ନବମୀ ପାଇଁ ପୋଲିର ପ୍ରସ୍ତୁତି

ସମ୍ଭଲପୁର: ରାମ ନବମୀକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସର ଫ୍ଲାଗ ମାର୍ଚ୍ଚ । ମୋଦିପଡା ଛକରୁ ଏହି ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳ ବୁଲୁଛି । ମୋଦିପଡାରୁ କୁଂଜେଲପଡା, ମ୍ୟୁନିସିପାଲଟି ଛକ, ପୀର ବାବା ଛକ, ଗେଟି ଟକିଜ ରୋଡ, ଲକ୍ଷ୍ମୀ ଟକିଜ ରୋଡ୍, କୁମ୍ଭାରପଡା, ପେନସନପଡା, ଜିଲ୍ଲା ସ୍କୁଲ, ଭୁତାପଡା, ମୋତିଝରଣ, ସୁନାପାଲି, ଧନକଉଡା ବୁଲିବ ।  ରବିବାର ସମ୍ବଲପୁରରେ ରାମ ନବମୀ ପାଳନ ହେବାକୁ ଥିବାବେଳେ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଉଛି । ଅତିରିକ୍ତ ଏସ୍‌ପି, ସଦର ଏସଡିପିଓ ଓ ଥାନା ଅଧିକାରୀ ୨ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ଧରି ଏହି ଫ୍ଲାଗ୍ ମାର୍ଚ୍ଚ କରୁଛନ୍ତି ।