ସାଇବର ସୁରକ୍ଷାକୁ ନେଇ ସ୍କୁଲକୁ ଯିବ ପୋଲିସ

ଭୁବନେଶ୍ୱର :ସାଇବର ସୁରକ୍ଷା କୁ ନେଇ ସ୍କୁଲକୁ ଯିବ ପୋଲିସ | ସବୁ ସ୍କୁଲ ରେ ରହିବ ସାଇବର ସିକ୍ୟୁରୁଟି କ୍ଲବ | ଏହି କ୍ଲବରେ ରହିବେ ଜଣେ ଛାତ୍ରୀଙ୍କ  ସମେତ 3 ଛାତ୍ର ଛାତ୍ରୀ | ପ୍ରତି ସ୍କୁଲରେ ମୋବାଇଲ ଓ଼ ସୋସିଆଲ ମିଡ଼ିଆ ବ୍ୟବହାର ସହ ସାଇବର ସୁରକ୍ଷା ନେଇ ସ୍କୁଲ ଛୁଆଙ୍କୁ ଟ୍ରେନିଂ ଦିଆଯିବ| ଏହା ସହ what’s app ଗ୍ରୁପ ତିଆରି କରାଯିବ ଯେଉଁଥିରେ ସ୍କୁଲ ର ଦୁଇ ଜଣ ସଭ୍ୟ ଙ୍କୁ ଆଡ଼ କରାଯିବ| ଯେଉଁମାନେ ପୋଲିସ ଦ୍ୱାରା ଦିଆ ଯାଉଥିବା ସାଇବର ସଚେତନ ବାର୍ତାକୁ ସବୁ ଛାତ୍ର ଛାତ୍ରୀଙ୍କ ପାଖରେ ପହଂଚାଇବେ| ଏନେଇ ପୋଲିସ ସେବା ଭବନ ରେ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି | ଏଥିରେ ଯୋଗଦେଇଥିଲେ ରାଜଧାନୀର ବିଭିନ୍ନ ସ୍କୁଲର ପ୍ରତିନିଧି ଦଳ | ଅନଲାଇନ ଗେମିଙ୍ଗ ସହ ସାଇବର ବୁଲିଙ୍ଗ ଠାରୁ ସ୍କୁଲ ପିଲାଙ୍କୁ ଦୂର ରେ ରଖିବାକୁ ସ୍କୁଲର ପ୍ରତିନିଧି ମଣ୍ଡଳୀଙ୍କୁ ପରାମର୍ଶ ଦିଆଯାଇଛି|