ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ ଶିକ୍ଷକ ; ପ୍ରବଳ ଛେଚିଲା ପୋଲିସ

ରିପୋର୍ଟର୍ସ ଟୁଡେ୍ ବ୍ୟରୋ  : ଶିକ୍ଷକଙ୍କୁ ନିର୍ଧୁମ ଛେଚିଲା ପୋଲିସ । ଧାରାଣାରେ ବସିଥିବା ବେଳେ ଶିକ୍ଷକଙ୍କ ଉପରକୁ ଲାଠିଚାର୍ଜ କରିଛି ପୋଲିସ । ଗତକାଲିଠୁ ପଶ୍ଚିମବଙ୍ଗର ବିଧାନନଗରର ବିକାଶ ଭବନରେ ଶିକ୍ଷକମାନେ ଧାରଣାରେ ବସିଥିଲେ । ହଠାତ୍ ସେମାନଙ୍କ ଉପରକୁ ପୋଲିସ ଲାଠିଚାର୍ଜ କରିଥିଲା, ଯାହାଫଳରେ କିଛି ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେଠାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କି ଜଣଙ୍କର ଗୋଡ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଯାଉଛି। ଏହା କେବଳ ପୋଲିସର ଦମନମୂଳକ କାର୍ଯ୍ୟ ନୁହେଁ ବରଂ ରାଜ୍ୟ ସରକାରଙ୍କ ଏକଛତ୍ରବାଦୀ ମନୋଭାବର ପ୍ରତୀକ ବୋଲି ପ୍ରତିବାଦକାରୀମାନେ କହିଛନ୍ତି। ପୋଲିସ ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ଯେଉଁ ପ୍ରକାରର ନିର୍ମମତା ପ୍ରଦର୍ଶନ କଲା, ତାହା ଅନେକଙ୍କ ମତରେ ମାନବାଧିକାରର ଖୋଲା ଉଲ୍ଲଂଘନ। ଘଟଣା ପରେ ଆହୁରି ଉତ୍ତେଜନା ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ଅଞ୍ଚଳରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ଆପଣଙ୍କୁ କହିରଖୁଛୁ ଯେ ଏପ୍ରିଲ ୩ ତାରିଖରେ, ସୁପ୍ରିମକୋର୍ଟ ୨୦୧୬ରେ SSC ଦ୍ୱାରା ଏକ ନିଯୁକ୍ତି ଅଭିଯାନ ମାଧ୍ୟମରେ ନିଯୁକ୍ତ ୨୫,୭୫୩ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ କଲିକତା ହାଇକୋର୍ଟ ରଦ୍ଦ କରିଥିଲେ ।