ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା: ଓଡିଶା ପୋଲିସକ କୁ ମିଳିଛି ବଡ ସଫଳତା । ମାଲକାନାଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଓଡିଶା ପୋଲିସ କୁ ମିଳିଲା ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଥିବା ନେଇ ମାଲକାନଗିରି ଏସପି କହିଛନ୍ତି ।
ସୁଚନା ଅନୁଯାୟୀ ମାଲକାନଗିରି ପୋଲିସ ପକ୍ଷରୁ ଅନେକ ସମୟରେ ସୀମାନ୍ତ ଆନ୍ଧ୍ର ଓ ଛତିଶଗଡ଼ ରେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ତେବେ ଏହି ଅପରେସନ ସମୟରେ ଆନ୍ଧ୍ର ର କୁସମପୁଟ ଅଂଚଳରେ ଯବାନ ଙ୍କୁ ମାଓବାଦୀ ଙ୍କ ଦ୍ଵାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର କର୍ଡେକ୍ସ ତାର, ବିସ୍ଫୋରକ ସହିତ ୬ ଟି ଟିଫିନ୍, ୱାକି ଟକି ଏବଂ ଅନ୍ୟାନ୍ୟ ବିଦ୍ୟୁତିକ ଉପକରଣ ଓ ସାମଗ୍ରୀ ମିଳିଥିବା ମାଲକାନଗିରି ଏସପି ନିତେସ ୱାଧୱାନି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଅନେକ ମାଓ ଉପଦ୍ରବ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ଥିବା ସେ ପ୍ରକାଶ କରିଛନ୍ତି ।