ତିନି ଗୋରୁ ବୋଝେଇ ଟ୍ରକ ଜବତ , ୬ ଅଟକ

ଜଳେଶ୍ୱର/ଅଜିତ ସାହୁ: ତିନି ଗୋରୁ ବୋଝେଇ ଟ୍ରକ ଜବତ ୬ଅଟକ । ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ପୋଲିସ ଦ୍ୱାରା ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି । ସୂଚନା ଅନୁଯାୟୀ ପ୍ରତେକ ଦିନ ଓଡିଶାରୁ ପଶ୍ଚିମବଙ୍ଗକୁ ୬୦ନ ଜାତୀୟ ରାଜପଥ ଦେଇ ଶହ ଶହ ଗୋରୁ ଟ୍ରକ ସାହାଯ୍ୟରେ ଦଲାଲ ମାନଙ୍କ ଦ୍ୱାରା ଚୋରା ଚାଲାଣ ହେଉଛି । ଟ୍ରକଟି ୨୦୦ରୁ ଅଧିକ ଗୋରୁକୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ରାଜଘାଟ ନାକା ପଏଣ୍ଟ ନିକଟରୁ ଜଳେଶ୍ୱର ପୋଲିସ ମାଡିବସିଥିଲା । ଫଳରେ ଗୋରୁ ଗାଡି ଜବତ କରିବା ସହିତ ଡ୍ରାଇଭର ସହିତ ୬ ଜଣ ଗୋରୁ ବେପାରୀଙ୍କୁ ଅଟକ ରଖିଛି । ଅନ୍ୟ ୨ ଗୋରୁ ବୋଝେଇ ଟ୍ରକ ସନ୍ତୋଷ ପୁରା ଠାରେ ଥିବା ଅନଲୋଡ଼ କରୁଥିବା ବେଳେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଟ୍ରକ ଦୁଇଟିକୁ ଜବତ କରିବା ସହିତ ୩ଜଣ ଗୋରୁ ବେପାରୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।