ବ୍ରହ୍ମପୁର: ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚ ସହିତ ରାଜ୍ୟବ୍ୟାପି ବଢୁଛି ଆଇପିଏଲ ବେଟିଂ । ବ୍ରହ୍ମପୁରରେ ପୁଣି ଆଇପିଏଲ ବେଟିଂ ଚାଲିତିବା ସମୟରେ ପୋଲିସ ତରଫରୁ ଚଢାଉ କରାଯାଇଛି । ଏହି ଚଢାଉରେ କିଙ୍ଗପିନଙ୍କ ସମେତ ୮ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଏହି ଅଭିଯୁକ୍ତମାନଙ୍କ ନିକଟରୁ ମୋଟ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଜବତ କରିଛି ପୋଲିସ । ଏହା ବ୍ୟତୀତ ୧୧ଟି ମୋବାଇଲ ମଧ୍ୟ ପୋଲିସ ଜବତ କରିଛି ।