ଯୋଡା ବାମେବାରୀ ଥାନା ସ୍ଥିତ ପଳସା ଜଙ୍ଗଲରେ ଖଣିଜ ଚୋର ମାନେ ଚୋରା ଲୁହାପଥର ଚାଲାଣ କରୁଥିବା ବେଳେ ପୋଲିସ ଚଢ଼ାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିବା ସହିତ ଲୋଡ଼ାର ମେସିନ, ଟ୍ରକ୍, ସ୍କର୍ପିଓ ଗାଡ଼ି ଜବତ କରିଛି । ବାମେବାରୀ ଥାନା ଆଇଆଇସି ଜୋସ କେତନ ଭୋଇଙ୍କ ସୂଚନା ଅନୁଯାୟୀ ,ସୋମବାର ବିଳମ୍ବିତ ରାତିରେ ପଳସା ସଂରକ୍ଷିତ ଜଙ୍ଗଲରେ ଖଣିଜ ଚୋର ଏକ ୧୬ ଚକିଆ ଟ୍ରକରେ ଲୋଡର ମେସିନ ସାହାଯ୍ୟରେ ଲୁହାପଥର ବୋଝେଇ କରାଯାଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରାଯାଇଥିଲା । ଏଥିରେ ସଂପୃକ୍ତି ଲୋଡର ମାଲିକ କୋଟୁ ପାଲି ଗ୍ରାମ ର ମହେନ୍ଦ୍ର ବେହେରା କୁ ଗିରଫ କରି ଥିଲା ପୋଲିସ । ଟ୍ରକ୍ ରେ ପ୍ରାୟ ୩୬ ମେଟ୍ରିକ୍ ଟନ୍ ଉନ୍ନତ ମାନର ଲୁହାପଥର ବୋଝେଇ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚୋରା କାରବାରରେ ଏକାଧିକ ଖଣିଜ ଚୋର ସଂପୃକ୍ତ ଅଛନ୍ତି ବୋଲି ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି । ଏନେଇ ବାମେବାରୀ ଥାନାରେ କେସ ନଂ ୩୬/୨୦୨୬ ଦଫା୩୦୩(୨) / ୬୧(୨) / ୨୧ ଏମ ଏମ ଡି ଆର୍ ଆକ୍ଟ ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ମିଳିଛି ।