ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ପୋଲିସର ଚଢ଼ାଉ

ଭୁବନେଶ୍ଵର: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ଚଢ଼ାଉ । ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଚଢ଼ାଉ । କହିରଖୁଛୁ ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ ।

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଭଡ଼ା ଘରେ ପୋଲିସର ଚଢ଼ାଉ। ଖରିଆର ରୋଡ଼ରେ ବିଜେଡି ନେତା ରହୁଥିବା ଭଡା ଘରେ ପୋଲିସ ନେଇ ଚଢ଼ାଉ କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ l ଆଜି ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ ରହୁଥିବା ଘରେ ପହଂଚି ତଦାରଖ କରିବାକୁ କହିଥିଲେ । ବିଜେଡି କର୍ମୀ ଓ ନେତାଙ୍କ ସହିତ ମୁହାଁ ମୁହିଁ ହୋଇଥିଲେ l କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା l

ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବା ପାଇଁ ପ୍ରଚାରକୁ ଜୋରଦାର କରାଯାଉଥିବା ବେଳେ ଜଣେ ନେତାଙ୍କ ଘରେ ଏଭଳି ଚଢାଉ କରାଯିବା ପରେ ପ୍ରଶ୍ନ ଉଠାଇଛି ବିଜେଡି । ଉପନିର୍ବାଚନ ସମୟରେ କୌଣସି ଏକ ଖବର ପାଇ ପୁଲିସ ଓ ଜିଲାପାଳ ଚଢାଉ କରିବାକୁ ଯାଇଥିବା ବେଳେ ଘରେ ପ୍ରୀତିରଞ୍ଜନ ନଥିବାରୁ ଫେରିଆସିଥିଲେ ।