ନବ ଦାସଙ୍କ ହତ୍ୟାକାଣ୍ଡକୁ ଚପେଇବା ପାଇଁ ପୋଲିସ ଟ୍ରେନିଂ ଓ ଫିଟନେସ ନାଁରେ କୌଣସି ଉଦ୍ୟମ ନ କରୁ ପୋଲିସ:ବିଜୟ ମହାପାତ୍ର
ଭୁବନେଶ୍ୱର:ନବ ଦାସଙ୍କ ହତ୍ୟା ଘଟଣା । ଜେଲ ଯାଇଛି ଅଭିଯୁକ୍ତ ଗୋପା । ଝାରସୁଗୁଡା ସବଜେଲରୁ ଆସି ଚୈାଦାର ଜଲରେ ଅଛି ଗୋପାଳ ଦାସ । ହାଇସିକ୍ୟୁରିଟି ୩ ନମ୍ବର ସେଲରେ ଅଛି ଗୋପାଳ । ସେଲରେ କେବଳ ସେ ଏକୁଟିଆ ରହୁଛି । ଗୋପାଳକୁ ଜଗିବାକୁ ଗଠନ ହୋଇଛି ଏକ ସ୍ୱତନ୍ତ୍ର ଟିମ୍ । ପ୍ରତିଟି ସେକେଣ୍ଡ ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ୍ । ପ୍ରତି ସିଫ୍ଟରେ ଗୋପାଳକୁ ଜଗିବେ ୩ ୱାର୍ଡର । ସେପଟେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକଣ୍ଡକୁ ନେଇ ନିଜର ମତ ରଖିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି , ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୫ ଦିନରୁ ଉର୍ଦ୍ଧ୍ବ ହେଲାଣି । ତା ପରେ ମଧ୍ୟ ହତ୍ୟାକାଣ୍ଡର କାରଣ ଲୋକେ ଜାଣି ପାରିଲେନି । ପ୍ରତି ହତ୍ୟାକାଣ୍ଡରେ ମୋଟିଭକୁ ତଦନ୍ତ କରାଯାଏ । କିନ୍ତୁ ଏହି କେସର ତଦନ୍ତ ହେଉନି, ଗୋପାଳ ସେଣ୍ଟ୍ରିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେଣୁ ସତ୍ୟ ବାହାରକୁ ଆସିବା ଅସମ୍ଭବ । ତଦନ୍ତର ସତ୍ୟତା ଜାଣିବାକୁ ହେଲେ ଗୋପାଳ ଠୁ ବାହାରକୁ ଯିବାକୁ ହେବ । ଗୋପାଳ ନିଜ କେସ ନିଜେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ କିଛି କରୁନି । ରାଜ୍ୟ ପୋଲିସର ପାରିବା ପଣିଆ ଏଥିରୁ ଜାଣି ହେଇଯାଉଛି । କାହିଁକି ଗୋପାଳ ମାରିଲା ତାର ତଦନ୍ତ ହେଉ ନାହିଁ। ଗୋପାଳ ଆଗରୁ ଅଧିକ ଚାନ୍ସ ପାଇଥିଲା ସେବେ ନ ମାରି ଏବେ କାହିଁକି ତାର ତଦନ୍ତ କରୁନି କ୍ରାଇମବ୍ରାଞ୍ଚ ।
ସେଦିନ କାହିଁକି ମାରିଲା ରାଗ କଣ ଥିଲା ସେ ଦିଗରେ ତଦନ୍ତ ଆଗକୁ ବଢୁନି । ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମଡ଼ର୍ର । ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଲା । ଡିଜି କେତେ ହତ୍ୟାକାଣ୍ଡର ତଦନ୍ତ କରିଛନ୍ତି ବୋଲି ପ୍ରଶ୍ନ କଲେ ବିଜୟ । ବହୁତ ଭଲ ଭଲ ଅଫିସର ଅଛନ୍ତି ସେମାନଙ୍କୁ ନେଲେ ସତ ବାହାରକୁ ଆସନ୍ତା କିନ୍ତୁ ତାହା ହେଉ ନାହିଁ । ନାରକୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ କଣ କଣ ପ୍ରଶ୍ନ ତିଆରି କରିଥିଲା ତାହା ପ୍ରଶ୍ନବାଚୀ । କ୍ରାଇମବ୍ରାଞ୍ଚ ଏ ଦିଗରେ ସ୍ପଷ୍ଟ କରିବା ଦରକାର କେଉଁ କେଉଁ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଜାଣିବାକୁ ଚାହିଁ ଥିଲା । ନବ ଦାସଙ୍କ ସହିତ ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଡାକି ପଚାରିବାର ଆବଶ୍ୟକ ରହିଛି । ତଦନ୍ତ ସେମିତି ହୁଏ ପୂର୍ବରୁ ଅନେକ ଛୋଟ ଛୋଟ ଘଟଣା ରେ ବି ଦେଖିଛୁ ସମ୍ପର୍କୀୟ ପଚରାଯାଏଁ । ଏଠି କିନ୍ତୁ ୧୫ ଦିନ ଭିତରେ ଗୋପାଳ ଠୁ ବାହାରକୁ ବାହରୁନି କ୍ରାଇମବ୍ରାଞ୍ଚ। ପୋଲିସ ପୋଷାକ ରେ ଯେଉଁ କଳଙ୍କ ଲାଗିଛି ତାକୁ ଯଦି ନ ଛଡା ଯାଏଁ ତେବେ ମାଟିଆ ପୋଷାକ ସବୁଦିନ ପାଇଁ କଳା ହୋଇ ରହିଯିବି ।
ନବ ଦାସଙ୍କ ହତ୍ୟାକାଣ୍ଡକୁ ଚପେଇବା ପାଇଁ ପୋଲିସ ଟ୍ରେନିଂ ଓ ଫିଟନେସ ନାଁ ରେ କୌଣସି ଉଦ୍ୟମ ନ କରୁ ପୋଲିସ । ଏ ସବୁ ରେଗୁଲାର ବିଷୟ । ତାକୁ ହାଇପ ନ କରଯାଉ। ଗୋପାଳ ଅର୍ଥପେଡିକ ବିଭାଗ କୁ ୨୦୧୨ରେ ଯାଇଥିଲା ତେବେ ମାନସିକ ରୋଗୀ ବୋଲି ବାରମ୍ବାର କୁହାଯାଉଛି କିପରି । କୋଲ ମାଫିଆ, ଇଣ୍ଡଷ୍ଟ୍ରି ହାଉସ, ବ୍ୟବସାୟିକ ବନ୍ଧୁ, କି ପରିବାର ସଦସ୍ୟ ସବୁ ଦିଗରୁ ତଦନ୍ତ ନ ହେଲେ ପ୍ରକୃତ ସତ ସାମ୍ନା କୁ ଆସି ପାରିବନି ବୋଲି କହିଛନ୍ତି ବିଜୟ ମହାପାତ୍ର ।