ବ୍ୟୁରୋ : – ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯାତନା ବଢିବା ସହିତ ହେଉଛି ଛାତ୍ରୀ ପୋଡି ଓ ଦୁଷ୍କର୍ମ । ଏନେଇ ବିଜେଡି ନେତା ଧ୍ରୁବ ଚରଣ ସାହୁ ରାଜ୍ୟ ସରକାର ଉପରେ ବର୍ଷି କହିଛନ୍ତି ରାଜ୍ୟରେ ପୋଲିସ ନିଷ୍କ୍ରିୟ ଥିବା ବେଳେ ପୋଲିସର ମନୋବଳ ଭାଙ୍ଗିଯାଇଛି କାରଣ ସରକାର କିଛି କରିବା ଅବସ୍ଥାରେ ନାହାନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ତଳେ ପଡ଼ି ଗଲାଣି । ପଟ୍ଟାମୁଣ୍ଡାଇ ଘଟଣାରେ ଝିଅର ବାପା କହିଲେ ଯେ ୬ ମାସ ତଳେ FIR ଦେବାକୁ ଯାଇଥିଲେ। ହେଲେ ପୋଲିସ FIR ନ ରଖି ନମ୍ବର ବ୍ଲକ ଓ ଅଶ୍ଳୀଳ ଫୋଟୋ ଡିଲିଟ କରିବାକୁ କହିଲେ । ଏହା ପୋଲିସର ଅବହେଳା ଯେଉଁଥି ପାଇଁ ଝିଅର ଜୀବନ ଗଲା । ତେବେ ଘଟଣାର ସପ୍ତାହେ ପରେ ବି ପୋଲିସର ହାତ ଖାଲି। ବଳଙ୍ଗା ଘଟଣାରେ ପୋଲିସ ଆତ୍ମହତ୍ୟା ଥିଓରୀ ଆଣି ଥୋଇଲେ। ଏବେ ପଟାମୁଣ୍ଡାଇ ଘଟଣା ପାଇଁ କଣ ଥିଓରୀ ଆଣିବ! ବାଲେଶ୍ୱରରେ ABVP ଝିଅ ମଲେ। ତଦନ୍ତକାରୀ IGP ଙ୍କୁ ସରକାର ବାହାର କର ଦେଲେ। ସରକାର ପୋଲିସ ଉପରେ ଅଦୃଶ୍ୟ ଚାପ ପକାଉଛନ୍ତି ତଦନ୍ତ ବାଟବଣା କରି ରାଜନୈତିକ ରୁଟି ସେକିବାକୁ।