ନରି ପଣ୍ଡାଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ

ବାଲିଚନ୍ଦ୍ରପୁର : ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ତୁଟୁନି ବିବାଦ।  ଯାତ୍ରା କଳାକାର ନରି ପଣ୍ଡାଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ତଦନ୍ତ ଆରମ୍ଭ ।  ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ରୁଜୁ ମାମଲାର ତଦନ୍ତ ଆରମ୍ଭ କଲା ବାଲିଚନ୍ଦ୍ରପୁର ପୋଲିସ ।

ଅନନ୍ତ ନାରାୟଣ ଧଳଙ୍କ ଅଫିସ ସିସିଟିଭି ଯାଞ୍ଚ କରିବା ସହ ଢାବାରେ ତଦନ୍ତ ଆରମ୍ଭ ହୋଇଛି । ଯେଉଁ ସିସି ଟିଭି ଫୁଟେଜ ଯାଞ୍ଚ କରିବା ପାଇଁ ନରି ପଣ୍ଡା ଦାବି କରିଥିଲେ ଉକ୍ତ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି ପୋଲିସ । ନରି ପଣ୍ଡାଙ୍କ ପେ ସ୍ଲିପ୍ ସହ ଏଗ୍ରୀମେଣ୍ଟ ପେପରକୁ ତନଖି କରୁଛନ୍ତି ।  ଏହା ସହ ଢ଼ାବାର କର୍ମଚାରୀକୁ ଡାକି ବୟାନ ରେକର୍ଡ କରୁଛି ପୋଲିସ ।

ସୂଚନା ଅନୁଯାୟୀ , ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଢ଼ାବା ନିକଟରେ ଥିବା ତୁଳସୀ ଗଣନାଟ୍ୟ ମାଲିକଙ୍କ ଅଫିସଙ୍କୁ ଟଙ୍କା ଫେରାଇବା ପାଇଁ ଆସିଥିଲେ । ସେହି ସମୟରେ ତାଙ୍କୁ ମାଲିକ ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ । ଏ ଘଟଣାକୁ ତୁଳସୀ ମାଲିକ ପୂର୍ବରୁ ଖଣ୍ଡନ କରିସାରିଛନ୍ତି । ଅଭିଯୋଗ ପରେ ସମସ୍ତ ତଥ୍ୟ ସହ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି । ଏ ନେଇ ତୁଳସୀ ଗଣନାଟ୍ୟ ମାଲିକଙ୍କ ଅଫିସ୍‌ରେ ମାଲିକଙ୍କୁ ସେଦିନ ଘଟଣା ବିଷୟରେ ଅଧିକ ପଚରଉଚରା କରିଛି । ଏଗ୍ରିମେଣ୍ଟ ପେପର ଯାଞ୍ଚ କରିବା ସହ ଢ଼ାବାର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ।