ପୋଲିସ ଫ୍ରିଜ କଲା ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି

ମାଲକାନାଗିରି: ମାଲକାନାଗିର ଅଞ୍ଚଳରୁ ଧରା ପଡିଥିବା ୧୦ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତିକୁ ଓଡିଶା ପୋଲିସ ଫ୍ରିଜ କରିଛି । ସମସ୍ତଙ୍କର ମୋଟ ୪.୭୭ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ କରାଯାଇଥିବା ସୂଚନା ଦେଇଛି ପୋଲିସ ଡିପାର୍ଟମେଣ୍ଟ । ତେବେ ଏହି ଦାୟିତ୍ୱଭାର ରହିଛି ମାଲକାନାଗିରିର ଏମଭି-୭୯ ଥାନା ପୋଲିସ ଉପରେ । ତେବେ ଗତ ଫେବୃୟାରୀ ମାସରେ ପୋଲିସ ପେଟ୍ରୋଲିଂ କରିବା ସମୟରେ ଏମାନଙ୍କୁ ଗିରଫ କରିବା ସହିତ ଏମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ତେବେ ଏମାନଙ୍କ ମଧ୍ୟରୁ ୬ ଜଣ ମିଶି ପ୍ରାୟ ୧୪୦୬ କେଜିର ଗଞ୍ଜେଇ ଚାଲାଣ କରୁଥିବା ବେଳେ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ମାମଲା ହେବା ପରେ ୧୦ ଜଣ ଗଞ୍ଜେି ମାଫିଆଙ୍କର ମୋଟ ୪.୭୭କୋଟି ଟଙ୍କାର ସମ୍ପତ୍ତିକୁ ପୋଲିସ ଫ୍ରିଜ କରିଥିବା ଜଣାଯାଇଛି ।