ସୋର: ଆସନ୍ତା ତିରିଶ ତାରିଖରେ ସୋରରେ ରାମ ନବମୀ ପାଳନକୁ ଦୃଷ୍ଟିରେ ରଖି ବାଲେଶ୍ୱର ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ଏକ ଫ୍ଲାଗମାର୍ଚ୍ଚ ସହର ପରିକ୍ରମା କରିଛି। ଏହି ଫ୍ଲାଗ ମାର୍ଚ୍ଚ ସୋର ପୌରପାଳିକା ଅନ୍ତର୍ଗତ ଆଶ୍ରମ ଛକ ନିକଟରୁ ବାହାରି ମେଡିକାଲଛକ, ଅଡ଼ଙ୍ଗ ବଜାର, ଛତ୍ରପୁର ଛକ ଦେଇ ବାମ୍ଫିଛକ ପର୍ଯ୍ୟନ୍ତ ଯାଇ ପୁନଶ୍ଚ ଆଶ୍ରମଛକରେ ଶେଷ ହୋଇଥିଲା. ଏହି ଫ୍ଲାଗମାର୍ଚ୍ଚରେ ଏସପି ସାଗରିକା ନାଥଙ୍କ ସମେତ ସଦର ଏସଡିପିଓ ଶଶାଙ୍କ ଶେଖର ବେଉରା,ସୋର ଆଇଆଇସି ସୁଜାତା ଖମାରୀ ସଦର ଆଇଆଇସି ଜୟନ୍ତ ବେହେରା , ସିମୁଳିଆ ଆଇଆଇସି ଅଜୟ କୁମାର ମୁର୍ମୁଙ୍କ ସମେତ ସୋରର ସମସ୍ତ ପୁଲିସ ଅଧିକାରୀଙ୍କ ସମେତ ରାପିଡ଼ ଆକ୍ସନ ଫୋର୍ସ ଅଂଶଗ୍ରହଣ କରିଥିଲେ । ସହରର ବିଭିନ୍ନ ଉତ୍ତେଜନା ପ୍ରବଣ ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ଫୋର୍ସ ମୁତୟନ କରାଯିବା ସହିତ ଏହି ରାମନବମୀ ପାଳନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ଉଚିତ ପଦକ୍ଷେପ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି