ବିହାର-: ବିହାରର ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି। ସୋମବାର ରାତିରେ ପୋଲିସ ଗୁଳିରେ ହତ୍ୟାକାରୀ ବିକାଶ ଓରଫ ରାଜା ନିହତ ହୋଇଛି। ବିକାଶ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି ଏବଂ ବିକ୍ରିରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଗୋପାଳଙ୍କୁ ଉମେଶ ନାମକ ଶୁଟର ଗୁଳି କରିଥିବା ବେଳେ ଘଟଣା ସମୟରେ ଉମେଶକୁ ସହଯୋଗ କରିଥିଲା ବିକାଶ।
ସୂଚନା ଅନୁସାରେ, ଘଟଣାସ୍ଥଳରୁ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା। ଏନକାଉଣ୍ଟର ପରେ ବିକାଶର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଟନା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ବିକାଶ ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ ଏବଂ ବିକ୍ରୟରେ ଜଡିତ ଥିବା ସହିତ ଗୋପାଳଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣାପଡ଼ିବା ପରେ ତା’କୁ ଧରିବା ଲାଗି ପୋଲିସ ସୋମବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ରାତି ପ୍ରାୟ ୨ଟା ୪୫ରେ ପିର ଦାମରିଆ ଘାଟ ନିକଟରେ ପୋଲିସ ବିକାଶକୁ ଠାବ କରିଥିଲା। ହେଲେ ଏହି ସମୟରେ ବିକାଶ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ମାତ୍ର ଶେଷରେ ପୋଲିସ ଗୁଳିରେ ତା’ର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା। ଏନକାଉଣ୍ଟର ପରେ ବିକାଶର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଟନା ସରକାରୀ ଡାକ୍ତରଖାନାକୁ ପଠାଯାଇଛି।