ତୃତୀୟ ପର୍ଯ୍ୟାୟ ନିର୍ବାଚନ କୁ ନେଇ ପୋଲିସ ଡିଜିଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା କାଲି ୬ ଟି ଲୋକ ସଭା 42 ଟି ବିଧାନସଭା ଆସନ ରେ ହେବ ନିର୍ବାଚନ । ଏହି ପର୍ଯ୍ୟାୟ ରେ ମୋଟ 10 ହଜାର 515 ଟି ବୁଥ ରେ ମତ ଦାନ ହେବ। ଏଗୁଡିକ ମଧ୍ୟରୁ 20 ପ୍ରତିଶତ ବୁଥ ସମ୍ବେଦନଶୀଳବୁଥ ହୋଇଥିବାରୁ ଏହି  ବୁଥ ଉପରେ ପୋଲିସ ର ନଜର ରହିଛି।  ନିର୍ବାଚନ ପାଇଁ 35 ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ। 121 କମ୍ପାନୀ ଅର୍ଦ୍ଧସାମରିକ ବଳ ଓ ସହ 106 ପ୍ଲାଟୁନ ଓଡିଶା ପୋଲିସ ଫୋର୍ସ ନିର୍ବାଚନ ବେଳେ ମୁତୟନ ହେବେ। ସମ୍ବଲପୁର, ଖୋର୍ଦ୍ଧା, କେଉଁଝର ଓ କଟକ ର ସମ୍ବେଦନଶୀଳ ବୁଥ ପାଇଁ ASP ରେଙ୍କ ର IPS ଅଧିକାରୀ ନିୟୋଜିତ ହୋଇଛନ୍ତି। ସବୁ ସମ୍ବେଦନଶୀଳ ବୁଥ ରେ ଅର୍ଦ୍ଧସାମାରିକ ବାହିନୀ ମୁତୟନ ହେବେ। 766 ଟି ମୋବାଇଲ ପାର୍ଟି ନିୟୋଜିତ ହେବା ସହ ୧୦  ରୁ 12 ବୁଥ ପାଇଁ ଗୋଟିଏ ଲେଖାଏଁ ପୋଲିସ ପେଟ୍ରୋଲିଙ୍ଗ   ଗାଡି ରହିବ। ସେହିପରି ୧୭ ଟି  ବୋର୍ଡର ଚେକ ପୋଷ୍ଟ ରେ ସି ସି ଟିଭି ଜରିଆ ରେ ନଜର ରଖାଯାଇଛି। 343 ଟି ଷ୍ଟାଟିକ ସର୍ଭିଲେନ୍ସ ଟିମ ନିୟୋଜିତ ହୋଇଛି। 25 ଟି ଲୋକେସନ ରେ ଇ ଭି ଏମ ର ଷ୍ଟ୍ରଙ୍ଗ ରୁମ ରହିଛି ଯାହାକୁ କଡା ସୁରକ୍ଷା ବଳୟ ରେ ରଖାଯିବ। ପ୍ରାର୍ଥୀ ଓ ଦଳ ଦେଇଥିବା ଗଣ୍ଡଗୋଳ ଆସଙ୍କା ଥିବା ବୁଥ ରେ CAPF ଫୋର୍ସ ମୁତୟନ ହେବେ।
 
ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ରେ ପୋଲିସ କୁ ଭଲ ସଫଳତା ମିଳିଛି। 26 ବର୍ଷ ପରେ ନକ୍ସଲ ଅଞ୍ଚଳ ରେ ଶାନ୍ତି ପୂର୍ଣ୍ଣ ନିର୍ବାଚନ ହୋଇଛି ବୋଲି କହିଛନ୍ତି ପୋଲିସ ଡିଜି।  ଘସିପୁରା ରେ ନିର୍ବାଚନ ପୂର୍ବରୁ ହିଂସା ନେଇ ପୋଲିସ ଡିଜି ପ୍ରତି କ୍ରିୟା ଦେଇ କହିଛନ୍ତି ଯେ , ଘସିପୁରା ନିର୍ବାଚନ ହିଂସା ଘଟଣା ରେ ଦୁଇ ଜାଣକୁ ଗିରଫ କରାଯାଇଛି। ବଦ୍ରି ପାତ୍ର ଙ୍କ ପି ଏସ ଓ ଙ୍କ ସମ୍ପୃକ୍ତି ନେଇ ଦଦନ୍ତ ଚାଲିଛି।  ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ  ।