ଭୁବନେଶ୍ୱର: ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଏକ୍ ସାଇବର ଠକକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୋଲିସର ସାଇବର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁର ଚେନ୍ନାଇରେ ରହୁଥିବା ପ୍ରକାଶ ଏମ୍ କୁ ଗିରଫ କରିଛି ପୋଲିସ । ଏକ୍ WhatsApp ଗ୍ରୁପ ଜରିଆରେ ଏହି ଠକେଇ କରାଯାଇଥିଲା । WhatsApp ଗ୍ରୁପ ଜରିଆରେ ମେସେଜ୍ ଦେବା ସହ ଅନଲାଇନ୍ ଟ୍ରେଡିଂ କରିବା ନେଇ ସମସ୍ତଙ୍କୁ ଉତ୍ସାହିତ କରାଯାଉଥିଲା । ଯେଉଁଥିରେ ଉତ୍ସାହିତ ହୋଇ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି 19 ଲକ୍ଷ 50 ହାଜର ଟଙ୍କା ଲଗାଇଥିଲେ । ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ cyber ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଠକେଇର ମାଷ୍ଟରମାଇଣ୍ଡ କୁ ତାମିଲନାଡୁରେ ଠାବ କରାଯାଇଥିଲା । ଗିରଫ ଅଭିଯୁକ୍ତ ଆକାଉଣ୍ଟ୍ ରେ 62 ଲକ୍ଷ୍ ଟଙ୍କା ଥିବା ବେଳେ ତାହାକୁ ଫ୍ରିଜ୍ କରାଯାଇଛି । ଠକେଇ ଟଙ୍କା ରେ ଫିଲ୍ମ୍ ନିର୍ମାଣ କରିବା ପାଇଁ ଯୋଜନା କରୁଥିଲା ଠକ ।