ଗଞେଇ ଚୋରା ଚାଲାଣ ସମୟରେ ତିନି ଅଭିଯୁକ୍ତ ଗିରଫ କଲା ପୋଲିସ

ରାୟଗଡ଼ା /ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ କୁ ମିଳିଛି ବଡ଼ ସଫଳତା  । ସୂଚନା  ଅନୁଯାଇ ତିନୋଟି ବ୍ୟାଗ୍ ରେ ଭର୍ତି ଗଞ୍ଜେଇ ଟ୍ରେନ୍ ଯୋଗେ ମଧ୍ୟପ୍ରଦେଶ ର ଝାନ୍‌ସି କୁ ନେବା ପାଇଁ ଉଦ୍ୟମ କରିଥିବା ସମୟରେ ମୁନିଗୁଡା ରେଳ ଷ୍ଟେସନ ଟାକ୍ସି ଷ୍ଟାଣ୍ଡ ନିକଟରୁ  ପୋଲିସ ତିନି ଅଭିଯୁକ୍ତ ଙ୍କୁ ଗିରଫ କରିଛି । ସେମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ସାଗର ସଦାଶିବ ଧଳେ(୩୧),  ଆନନ୍ଦ ଦାଣ୍ଡିଆ(୨୨), ଓ ମଧ୍ୟପ୍ରଦେଶ ଛତ୍ରପୁର ଅଞ୍ଚଳର ସର୍ଭେସ ପଟେଲ (୨୧) । ଏମାନଙ୍କ ଠାରୁ ପାୟ ୨୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି।