(ଭୁବନେଶ୍ୱର/ସରୋଜ ରାଉତ): ରାଜାଆଚାର୍ଯ୍ୟ ଗିରଫଦାରି ପରେ ଆଣିଲେ ସାଂଘାତିକ ଅଭିଯୋଗ । ସେ ବଟିଆଦାୟକାରୀ ନୁହଁନ୍ତି । ବଟିଆଦାୟ କରୁଛି ପୁଲିସ । ପୁଲିସ ଏକନମ୍ବରର ସବୁ ଦୋକାନରୁ ମାସିକ ୫୦୦ ଟଙ୍କା ଲେଖା ବଟି ଆଦାୟ କରୁଛି । ପୁଲିସ ରାଜାଙ୍କୁ ଆଜି କୋର୍ଟରେ ପ୍ରସ୍ତୁତ କରିବା ପୂର୍ବରୁ ତାର ମେଡିକାଲ ଟେଷ୍ଟ କରିବାକୁ ନେବା ସମୟରେ ରାଜା ଏପରି କହିଛନ୍ତି । ଥାନା ବାହାରେ ଠିଆ ହୋଇଥିବା ସାମ୍ବାଦିକମାନଙ୍କ ଉପରକୁ ଏକ ଫାଇଲ ପକାଇ ରାଜା କହିଛନ୍ତି । ତାଙ୍କ ଦୋକାନ ଭାଙ୍ଗି ପୁଲିସ ତାଙ୍କୁ ଗିରଫ କରିଥିବା କହିଛନ୍ତି ରାଜା ।