ପୋଲିସ ଓ ମାଓବାଦୀ ଗୁଳିବିନିମୟ: ୨ ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ହୋଇଛି ।
ସୂଚନା ଅନୁଯାୟୀ , କିସ୍ତାରାମ ଥାନା ନିକଟ ମେଟାଗୁଡା ଜଙ୍ଗଲରେ କିଛି ମାଓବାଦୀ ଥିବା ଜାଣି ଡିଆରଜି ଓ ପୋଲିସ ମିଳିତ ହୋଇ ଉକ୍ତ ଅଞ୍ଚଳରେ ଅପରେଶନ ଆରମ୍ଭ କରିଥିଲେ ।ତେବେ ଏହି ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ୨ ମାଓବାଦୀ ମୃତ୍ୟୁହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି ।