ସାଧାରଣ କିଭଳି ସଚେତନ ହେବେ ସେ ନେଇ ପୋଲିସ ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ହିନ୍ଦୋଳ-: ପୋଲିସ ଥାନାକୁ ଯିବାକୁ ଭୟ କରୁଛନ୍ତି ସାଧାରଣ ଲୋକ । ବିଭିନ୍ନ ମାମଲା ନେଇ ସଚେତନ ନ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇବାରେ ମଧ୍ୟବ୍ୟାଘାତ ସୃଷ୍ଟି ହେଉଅଛି । ତେଣୁ ସାଧାରଣ କିଭଳି ସଚେତନ ହେବେ ସେ ନେଇ ପୋଲିସ ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ତତ୍ତ୍ଵାବଧାନରେ “ଆମ ପୋଲିସ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକେ ପୋଲିସକୁ ଭୟ ନ କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ବେଆଇନ କାର୍ଯ୍ୟକୁ ଦମନ କରିବା ନିମନ୍ତେ ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଉପଯୁକ୍ତ ସୁସମ୍ପର୍କ କିଭଳି କିଭଳି ରହିବ ଏବଂ ସାଧାରଣ ଲୋକ ମାନଙ୍କୁ କିଭଳି ଭାବରେ ଏହି ସୁରକ୍ଷା ଯୋଗାଇ ଦିଆଯିବ ଏହା ଉପରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଥାନା ଉପନିରିକ୍ଷକ ପ୍ରଦୀପ କୁମାର୍ ଶତପଥୀ, ସହକାରୀ ଉପ ନିରୀକ୍ଷକ ଯଶୋବନ୍ତ ପ୍ରଧାନ, ସରପଞ୍ଚ ସୁନନ୍ଦା ଅମାନ୍ତ, ୱାର୍ଡ ମେମ୍ବର ଚରଣ କୁମାର ପ୍ରଧାନ, ମଙ୍ଗରାଜ ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ ।