ରାଉରକେଲା: କବି ସନତ ରାୟ ଥିଲେ ସମାଜବାଦ ର ଶାଣିତ ସ୍ବର। ସମାଜର ପ୍ରତିଟି ବ୍ୟକ୍ତିଙ୍କ ଭିତରେ ସେ ନିଜକୁ ଦେଖୁଥିଲେ ଓ ସମୟ ସହିତ ସେଲଫି ନେଉଥିଲେ ବୋଲି କବି ସନତ ରାୟଙ୍କ ସ୍ମୃତିଚାରଣ ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ କହିଥିଲେ। ସ୍ଥାନୀୟ କଲଚରାଲ ଏକାଡେମୀ ଠାରେ ସନତ ରାୟ ସ୍ମୃତି କମିଟିର ସଭାପତି ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ବ ଓ ସଂଯୋଜନା ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ୧୧ତମ ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଏନଆଇଟି ର ନିର୍ଦ୍ଦେଶକ ପ୍ରଫେସର ଡଃ ସୀମାଞ୍ଚଳ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ରାଉରକେଲା କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ସ୍ବତନ୍ତ୍ର ଅତିଥି ଭାବେ ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ପ୍ରୟାତ କବିଙ୍କ ସ୍ମୃତିଚାରଣ କରିଥିଲେ।
ସାଧାରଣ ମଣିଷର କଥାକୁ ସେ ଅତି ନିଛ୍ଛକ ଭାବରେ ଓ ଗାଉଁଲି ଶବ୍ଦରେ ପ୍ରକାଶ କରିବାରେ ସିଦ୍ଧହସ୍ତ ବୋଲି ସେ ଦର୍ଶାଇଥିଲେ। ସଂପାଦକ ଶ୍ରୀ ମହାପାତ୍ର କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ସନତ ରାୟଙ୍କୁ ମାନବବାଦର ବାର୍ତ୍ତାବହ ଭାବେ ଦର୍ଶାଇଥିଲେ। ଏହି ଅବସରରେ ବିଶିଷ୍ଟ ହେତୁବାଦୀ ଲେଖକ ଇଂ ଜଳଧର ପ୍ରଧାନଙ୍କୁ ସନତ ରାୟ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ପର୍ୟ୍ୟାୟ କବିତା ପାଠୋତ୍ସବ କାର୍ୟ୍ୟକ୍ରମରେ ସଭାପତି ଶ୍ରୀ ଚାଟାର୍ଜୀଙ୍କ ସଂଯୋଜନାରେ ସର୍ବଶ୍ରୀ ପ୍ରତାପ କୁମାର ରାୟ, ସ୍ବରୁପ ମହାପାତ୍ର, ଗୀତାରାଣୀ ବେହେରା, ରଶ୍ମି ସାହୁ, ମୀନକେତନ ପଶାୟତ, ଗଙ୍ଗାଧର ପୁହାଣ, ଜଳଧର ପ୍ରଧାନ, ବସନ୍ତ ବିଶ୍ବକର୍ମା, ଶ୍ରୀଧର ସୁନା ପ୍ରମୁଖ କବିତା ପାଠ କରିଥିଲେ।