( ଆଦର୍ଶ ରାଉତ): ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାର ତିନୋଟି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସମେତ ଅତିରିକ୍ତ ଶାସନ ସଚିବ ଅଶିତ ତ୍ରିପାଠୀ , ପୋଲିସ ଡିଜି ଆର.ପି.ଶର୍ମା , ଆଇଜି ଅମିତାଭ ଠାକୁର , ପୋଲିସ କମିସନର ସତ୍ୟଜିତ ମହାନ୍ତି , ଏୟାରପୋର୍ଟ ନିର୍ଦ୍ଦେଶକ ସୁରେଶ ହୋତା ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ଭିଡିଓ କପଫେରନ୍ସି ମାଧ୍ୟମରେ ଅନୁଗୁଳ ଓ ଝାରସୁଗୁଡା ଜିଲ୍ଲାପାଳ ଉପସ୍ଥିତ ଥିଲେ । ବ୍ଲୁ ବୁକ୍ ଅନୁସାରେ ଯାହା ନିୟମ ରହିଛି ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟରୁ ନିର୍ଦ୍ଦେଶ ଆସିବ । ସେହି ଅନୁସାରେ ସମସ୍ତେ କାର୍ଯ୍ୟ କରିବେ ।