ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ: ମୋଦି

ଭୁବନେଶ୍ଵର: ଗାଳି ରାଜନୀତିକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ମୋ ମାଆଙ୍କୁ ବିରୋଧୀ ଗାଳିଦେଲେ, ତାଙ୍କର କଣ ଭୁଲ୍ ଥିଲା । କେବଳ ମୋ ମାଆ ନୁହେଁ, କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛନ୍ତି । ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମାଆର ଭୂମିକା ଗୁରୁତ୍ବପୂର୍ଣ୍ଣ । ଅନେକ କଷ୍ଟ ସହି ମୋ ମାଆ ଆମକୁ ଲାଳନପାଳନ କରିଥିଲା । ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ଗାଳି କଲେ ବୋଲି କହିଛନ୍ତି ମୋଦି ।

ମୋଦି ଆହୁରି କହିଛନ୍ତି, ମାଆ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା । RJD ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରି ନଥିଲେ । ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି । RJD-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି । ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ । RJD କେବେ ମହିଳାଙ୍କୁ ଆଗକୁ ଛାଡୁ ନଥିଲା । ଗରିବ, ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଅପମାନିତ କରିଛି । ମାତୃଭୂମି ମାଆର ଅପମାନକୁ କେବେ ବରଦାସ୍ତ କରିବନି ।