ଆସନ୍ତା ୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ଵର: ଆସନ୍ତା ୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ସେପଟେ ଅମଲିପାଲି ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ସହ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଆସନ୍ତା ୨୭ ତାରିଖରେ ଗଞ୍ଜାମ ପରିବର୍ତ୍ତେ ଝାରସୁଗୁଡ଼ା ଅମଲିପାପଲିଠାରେ ବିଶାଳ ଯୁବ ସମାବେଶ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ୨୦୨୪ ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ଏହା ରାଜ୍ୟକୁ ତାଙ୍କର ଷଷ୍ଠ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ବର୍ଷାକୁ ଦେଖି ତାଙ୍କର ସାଧାରଣ ସଭା କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡ଼ାକୁ ଏକ ବିକଳ୍ପ ସ୍ଥାନ ଭାବରେ ପ୍ରସ୍ତାବ ଦିଆଯାଇଥିଲା ।