ନୂଆଦିଲ୍ଲୀ : ଆଜାଦୀ କା ଅମୃତ ମହୋତ୍ସବର କାର୍ଯ୍ୟକ୍ରମ ଲାଗି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ମୁଦ୍ରା ସହିତ ଜନସମର୍ଥ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଯାହା ୧୨ଟି ସରକାରୀ ଯୋଜନାର କ୍ରେଡିଟ୍ ଲିଙ୍କ୍ ପୋର୍ଟାଲ ବୋଲି ଜଣାପଡିଛି । ମୁଦ୍ରାର ଅକ୍ଷର ଗୁଡିକୁ ବ୍ରେଲିରେ ଅଙ୍କିତ କରାଯାଇଛି । ଯାହା ଦୃଷ୍ଟିହୀନଙ୍କ ଲାଗି ସହାୟକ ହେବ । ଏହି ମୁଦ୍ରା କୌଣସି ବିଶେଷ ଲାଗି ନୁହଁ ଏହା ସର୍ବସାଧାରଣ ଲାଗି ଜାରି କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଅର୍ଥ ମନ୍ତ୍ରଣାଳୟର ଆଇକନିକ ସପ୍ତାହ ଉତ୍ତବକୁ ସମ୍ବୋଧିତ କରିବା ସହ ନୂତନ ମୁଦ୍ରା ଲୋକଙ୍କୁ ଅମୃତ କାଳର ଲକ୍ଷ୍ୟ ମନେ ପକାଇବ ଏବଂ ଦେଶର ବିକାଶ ଦିଗରେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ପ୍ରତ୍ୟେକ ସରକାରୀ ଯୋଜନା ସମ୍ପୃକ୍ତ ପୋର୍ଟାଲରେ ପ୍ରଦର୍ଶିତ ହେବ । ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ନାମଗରିକମାନଙ୍କୁ ପ୍ରତ୍ୟେକ ଥର ସମାନ ପ୍ରଶ୍ନ ପଚାରିବାକୁ ପଡିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ମୁଦ୍ରା ଗୁଡିକୁ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମେଣ୍ଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏସ୍ପିଏମ୍ସିଆଇଏଲ୍) ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ମୁଦ୍ରା ଗୁଡିକ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଏବଂ ନୋଏଡାରେ ତିଆରି ହେଉଥିବା ଜଣାପଡିଛି ।