ଖାତାକୁ ଆସିଲା ପିଏମ୍ କିସାନର ୨୧ତମ କିସ୍ତି, ଓଡ଼ିଶାରୁ ଉପକୃତ ହେଲେ ୩୪ ଲକ୍ଷରୁ ଅଧିକ ଚାଷୀ

PM Kisan: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ପିଏମ୍ କିସାନ ଯୋଜନାର ୨୧ତମ କିସ୍ତି । ପିଏମ୍ କିସାନ ଯୋଜନାରେ ସାମିଲ ଥିବା ଚାଷୀଙ୍କ ଖାତାକୁ ଆସିଛି ୨ ହଜାର ଟଙ୍କା । ୨୧ତମ କିସ୍ତି ଟଙ୍କା ଆଜି ଖାତାକୁ ପଠାଇଛନ୍ତି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ।

ଦେଶର ପ୍ରାୟ ୯ କୋଟି ଚାଷୀ ଉପକୃତ ହୋଇଛନ୍ତି । ପିଏମ୍‌ କିସାନ ଟଙ୍କା ତାମିଲନାଡୁର କୋଏମ୍ବାଟୁରରୁ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ଚାଷୀଙ୍କ ଆକାଉଣ୍ଟକୁ ଆସିଛି ୨ ହଜାର ଲେଖାଏଁ ଟଙ୍କା ।ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ସରକାର । ଓଡ଼ିଶାର ୩୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । ତେବେ ଏହି ଯୋଜନାରେ ସାମିଲ ଥିବା ଚାଷୀଙ୍କୁ ଟଙ୍କା ପାଇବାକୁ ହେଲେ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ । ନଚେତ୍ କିସ୍ତି ଟଙ୍କା ଅଟକି ଯିବ ।

ଏଥିପାଇଁ ସର୍ବପ୍ରଥମେ ଚାଷୀଙ୍କୁ E-KYC କରିବାକୁ ପଡିବ । ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ ପିଏମ୍ କିସାନ ଟଙ୍କା ଆସୁଛି ତାହା ଆଧାର କାର୍ଡ ସହିତ ଲିଙ୍କ ଥିବା ଆବଶ୍ୟକ । ଯଦି ଆପଣ E-KYC କିମ୍ବା ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି ତେବେ ୨୧ତମ କିସ୍ତି ଆସି ନପାରେ । ତେଣୁ E-KYC କରିବା ବାଧ୍ୟତାମୂଳକ କରାଯାଇଛି ।